ଅବସରକାଳୀନ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବରିଷ୍ଠ ଆଚାର୍ଯ୍ୟ ଅରୁଣ କୁମାର ସାମନ୍ତରାୟଙ୍କୁ ରବିବାର ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।‌ ଏହି ଅବସରରେ ବିଦ୍ୟା ମନ୍ଦିର ପରିସରରେ ପରିଚାଳନା କମିଟି ଉପସଭାପତି ପ୍ରମୋଦ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ସମ୍ପାଦକ ଆଶିଷ କୁମାର ସାହୁ, ସହ ସମ୍ପାଦକ ସିମାଞ୍ଚଳ ପ୍ରଧାନ, କୋଷାଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡା, ସଦସ୍ୟା ସୁପ୍ରିୟା ଗୁପ୍ତା ଓ ପ୍ରଧାନ ଆଚାର୍ଯ୍ୟ ଚଣ୍ଡି ପ୍ରସାଦ ବେହେରା ମଞ୍ଚାସିନ ଥିଲେ। ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ସାମନ୍ତରାୟଙ୍କ ଦକ୍ଷତା, କାର୍ଯ୍ୟ ଶୈଳୀ, ଆଚାର ବ୍ୟବହାର ଓ ଦୀର୍ଘ ଦିନର ଶିକ୍ଷାଦାନ ସମ୍ପର୍କରେ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ମଞ୍ଚାସିନ ଅତିଥି, ବିଦ୍ୟା ମନ୍ଦିର ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା ମାନଙ୍କ ପକ୍ଷରୁ ପୁଷ୍ପଗୁଛ, ଉପଢୌକନ, ସମ୍ମାନ ପତ୍ର ଓ ଅର୍ଥରାଶି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।‌ ବିଦ୍ୟାମନ୍ଦିରର ବରିଷ୍ଠ ଆଚାର୍ଯ୍ୟା ରିତାଞ୍ଜଳି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ ଓ ସେବିକା ବୃନ୍ଦ ସହଯୋଗ କରିଥିଲେ।‌

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ