ଉପକୂଳ ସମୁଦ୍ରପଥରେ ଜୋରଦାର ଚେକିଂ : ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବାକୁ ପ୍ରୟାସ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ କଡାକଡ଼ି ଚେକିଂ। ଉପକୂଳବର୍ତ୍ତୀ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ତ ନୂଆଗଡ ସାମୁଦ୍ରିକ ଥାନାରେ ଜୋରଦାର ଚେକିଂ। ସଜାଗ କୋଷ୍ଟଗାର୍ଡ ଓ ମେରାଇନି ପୁଲିସ । ପଶ୍ଚିମବଙ୍ଗ ରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ କଡା ଚେତାବନୀ ପରେ ବାଂଲାଦେଶୀ ତଥା ଅନୁପ୍ରବେଶକାରୀ ଛାତିରେ ପଶିଛି ଛନକା । ଏପଟେ ଓଡିଶା ସୀମାରେ କଡାକଡି । ପଶ୍ଚିମବଙ୍ଗ ରେ ଅନୁପ୍ରବେଶକାରୀ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପରେ ସେମାନେ ଓଡିଶା ମୁହାଁ ହେବାର ଆଶଙ୍କା ରହିଛି। ଏହାକୁ ନଜର ରେ ରଖି ଉପକୂଳ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି । ଖବର ମୁତାବକ, ପୁରୀ ଏସ୍ପି ପ୍ରତୀକ ସିଂ ଙ୍କ ନିର୍ଦେଶ କ୍ରମେ ନୂଆଗଡ ସାମୁଦ୍ରିକ ଥାନାଅଧିକାରୀ ଅଚ୍ୟୁତାନନ୍ଦ ବେହେରା ତତ୍ତ୍ୱବଧାନ ରେ ଥାନା କର୍ମଚାରୀ, କୋଷ୍ଟଗାର୍ଡ, ଟେକ୍ନିକାଲ ଷ୍ଟାଫ ପୂରା ସଜାଗ ରହିଛନ୍ତି । ନୂଆଗଡ ଜେଠି ଠାରୁ ସମୁଦ୍ର ମଧ୍ୟକୁ ପାଟ୍ରୋଲିଂ ବୋଟରେ କଡାକଡି ପାଟ୍ରୋଲିଂ ଚାଲିଥିବା ବେଳେ ସମୁଦ୍ରରେ ମାଛ ଧରୁଥିବା ମସ୍ଚ୍ୟଜୀବି ମାନେ ମଧ୍ୟ ସନ୍ଦେହ ଜନକ ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ କୁହାଯାଇଛି ।ସମୁଦ୍ରତଟବର୍ତ୍ତୀ ଅଞ୍ଚଳ ଦେଇ ପ୍ରତ୍ୟେକ ଦିନ ମସ୍ଚ୍ୟଜୀବି ଙ୍କ ଯାତାୟାତ ଲାଗିରୁହେ ବଙ୍ଗୋପସାଗର ରେ। ତେଣୁ ସୀମା ବର୍ତ୍ତୀ ଅସ୍ତରଙ୍ଗ ବ୍ଲକ ଅଧୀନ ନୂଆଗଡ ସାମୁଦ୍ରିକ ଥାନା ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି। ନୂଆଗଡ ସାମୁଦ୍ରିକ ଥାନା କୁ ଆଲର୍ଟ କରାଯିବା ସହ କୌଣସି ସନ୍ଦେହ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି।ସନ୍ଦିଗ୍ଧ ମାନଙ୍କ ଗତିଵିଧି ପାଇଁ କାଗଜ ପତ୍ର ଯାଞ୍ଚ ସହ ଆଧାର କାର୍ଡ ଯାଞ୍ଚ କରାଯାଉଛି, ଅନୁପ୍ରବେଶକାରୀ ଙ୍କ ଉପରେ ପୂରା ଟିମ୍ ନଜର ରଖିଛି।ବୋଟ କର୍ମଚାରୀ ମାନଙ୍କୁ ସନ୍ଦେହ ହେଲେ କର୍ମଚାରୀଙ୍କ କାଗଜପତ୍ର ମଧ୍ୟ ଯାଞ୍ଚ କରୁଛନ୍ତି ।


