ଶ୍ୱଶୁର ହତ୍ୟାକରି ଜ୍ୱାଇଁ ଗିରଫ

କାକଟପୁର /ଅସ୍ତରଙ୍ଗ, (ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ଥାନା ଅନ୍ତର୍ଗତ ମୁଦୁଗଲ ଗ୍ରାମରେ ଶନିବାର ଦିନ ଉଲଗ୍ନ ଅବସ୍ଥାରେ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ମୁଦୁଗଲ ଖେଳପଡିଆ ନିକଟରେ ଶନିବାର ପୂର୍ବାହ୍ନ ରେ ସିଦ୍ଧିପୁର ଗ୍ରାମର ଭ୍ରମରବର ନାୟକ (୮୦)ଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । କିଛି ଦିନ ହେବ ଭ୍ରମରବର ଗାଁ ଲୋକଙ୍କ ସହ ବିବାଦ କରି ସିଦ୍ଧିପୁର ନିକଟରେ ଏକ ନୂଆ ଘର ନିର୍ମାଣ କରୁଥିଲେ । ତାଙ୍କ ନିକଟରେ ସାନ ଝିଅ ଓ ଜ୍ୱାଇଁ ମଧ୍ୟ ରହୁଥିଲେ । ତେବେ ଜ୍ୱାଇଁ ସୁଫି ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ବିଭିନ୍ନ କାରଣକୁ ନେଇ ଶ୍ୱଶୁର ଓ ଜ୍ୱାଇଁ ମଧ୍ୟରେ ପାଟିତୁଣ୍ଡ ହୁଏ । ଦିନକୁ ଦିନ ପାରିବାରିକ କଳହ ଉଗ୍ରରୂପ ନେଇଥିଲା ।ଶନିବାର ଭ୍ରମର ଙ୍କ ମୃତଦେହ ଖେଳ ପଡିଆ ନିକଟରୁ ମିଳିଥିଲା । ଏ ନେଇ ପୁଲିସ କୁ ଖବର ଦେବା ପରେ ପୋଲିସ ପହଂଚି ମୃତଦେହ କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଭ୍ରମର ଙ୍କ ଝିଅ ରୀନା ସ୍ୱାଇଁ ଙ୍କ ଅଭିଯୋଗ ଅନୁସାରେ ଅସ୍ତରଙ୍ଗ ଥାନା ପକ୍ଷରୁ କେଶ ନମ୍ବର ୧୪୭/୨୬ରେ ମାମଲା ରୁଜୁ କରିଥିବା ବେଳେ ମାତ୍ର ୫ଘଣ୍ଟା ମଧ୍ୟରେ ଫେରାର ଥିବା ଅଭିଯୁକ୍ତ ସୁକିନ୍ଧର ଚୌଧୁରୀ ଓରଫ ସୁଫିକୁ ଉକୁଳେଇ ନିକଟରୁ ପୁଲିସ ଧରିଥିଲା ।ଯାହା କି ପୁଲିସ ସାମ୍ନାରେ ଅଭିଯୁକ୍ତ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲା ଶୁକ୍ରବାର ରାତି ପ୍ରାୟ ୯ ଟାରେ ଜ୍ୱାଇଁ ସୁଫି ଶ୍ୱଶୁର ଙ୍କ ପାଇଁ ଖାଇବାକୁ ନେଇ ଯାଇଥିବା ବେଳେ କୌଣସି କାରଣ କୁ ନେଇ ପାଟିତୁଣ୍ଡ ହେବାରୁ ଶ୍ୱଶୁର ଭ୍ରମରବର ନାୟକ ଜ୍ୱାଇଁ କୁ ଏକ ଚାପୁଡ଼ା ପକାଇଥିଲେ। ଏହା ପରେ ଶ୍ୱଶୁର ଙ୍କ ନିକଟରେ ଖାଇବା ଥୋଇ ଜ୍ୱାଇଁ ସୁଫି ଘରକୁ ଫେରିଥିଲା । ପୁନର୍ବାର ଶ୍ୱଶୁର ଙ୍କ ସହିତ ପାଟିତୁଣ୍ଡ କରି ଶ୍ୱଶୁର ରହୁଥିବା ସ୍ଥାନରେ ଏକ କାଠ ପଟା ପକାଇ ଶ୍ୱଶୁର ଭ୍ରମର ଙ୍କ ମୁହଁକୁ ମୂଥା ମାରିବା ସହ କାଠ ପଟାରେ ମୁଣ୍ଡକୁ ବାରମ୍ବାର ଛେଚି ଥିଲେ । ତାକୁ ଉଠାଇ ଏକ ଵଣ ଭିତରକୁ ଫୋଫାଡ଼ି ଦେଇଥିଲେ । ଅତ୍ୟଧିକ ରକ୍ତସ୍ରାବ ହୋଇ ଶ୍ୱଶୁର ଭ୍ରମରବର ନାୟକ ଙ୍କ ମୃତ୍ୟୁ ହୋଇଥିଲା ବୋଲି ପୁଲିସ ତରଫରୁ ସୂଚନା ମିଳିଛି ।ଶ୍ୱଶୁର ଘର କାମ ପାଇଁ ରଖିଥିବାଟଙ୍କା କୁ ଜ୍ୱାଇଁ ନେଇ ଫେରାର ହୋଇଥିବା ବେଳେ ପୁଲିସ ହତ୍ୟାକାରୀ ଜ୍ୱାଇଁ ଠାରୁ ୧ଲକ୍ଷ ୨୦ହଜାର ୩ଶହ ଟଙ୍କା ଜବତ କରିବା ସହ ଘଟଣା ଦିନ ଜ୍ୱାଇଁ ପିନ୍ଧିଥିବା ରକ୍ତଭିଜା ପ୍ୟାଣ୍ଟ ଓ ସାର୍ଟକୁ ଜବତ କରି ପୁଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ କରୁଛନ୍ତି ।ଅନ୍ୟ ପଟେ ରବିବାର ଅସ୍ତରଙ୍ଗ ଥାନା ପୋଲିସ ଅଭିଯୁକ୍ତ ସୁକିନ୍ଧର ଚୌଧୁରୀ ଙ୍କୁ କେଶ ନମ୍ବର ୧୪୭/୨୬ରେ ବିଏନଏସ ୧୦୩(୧), ୨୩୮ରେ ମାମଲା ରୁଜୁ କରି ଅଦାଲତ ଚାଲାଣ କରିଛନ୍ତି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଜ୍ୱାଇଁ ଙ୍କୁ ହାଜତକୁ ପଠାଯାଇଥିବା ସୂଚନା ଦେଇଛନ୍ତି ଅସ୍ତରଙ୍ଗ ଥାନାଅଧିକାରିଣୀ ବିଦିତା ନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ