୪୪ଜଣ ଭଉଣୀଙ୍କ ପାଇଁ ସାବିତ୍ରୀ ସଜ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିଜ ଭାଇ ନହେଲେ ବି ଆମ ଆୟୁଷ ତାଙ୍କୁ ଲାଗିଯାଉ । ଠାକୁର ତାଙ୍କୁ ଦୀର୍ଘାୟୁ କରି ରଖିଥାନ୍ତୁ । ଏମିତି ଏକ ଆକସ୍ମିକ ଖୁସିର ମୁହୂର୍ତ୍ତରେ ଲେପର୍ସି କଲୋନୀରେ ରହୁଥିବା ଭଉଣୀମାନଙ୍କ ଆଖି ସଜ୍ଜଳ ହୋଇଯାଇଥିଲା । ସୂଚନାଯୋଗ୍ୟ, ଭୁବନେଶ୍ୱର ଅଞ୍ଚଳରେ ରହୁଥିବା ଜନୈକା ମହିଳା ସାବିତ୍ରୀ ସଜ ଧରି ପହଞ୍ôଚ ଯାଇଥିଲେ ଯାଁଳା ସ୍ଥିତ ଲେପର୍ସି କଲୋନୀରେ । କଲୋନୀରେ ରହୁଥିବା ୪୪ଜଣ ଗରିବ ଓ ଅଭାବୀ ଭଉଣୀମାନଙ୍କ ପାଇଁ ସଜରେ ନେଇ ଆସିଥିଲେ ନୂଆ ଲୁଗାପଟା, ଶଙ୍ଖା, ସିନ୍ଦୂର, ବ୍ରତ, ଅଳତା, ନଡ଼ିଆ ଇତ୍ୟାଦି । ଏ ସମ୍ପର୍କରେ ସେ କୁହନ୍ତି ସବୁ ମହିଳାଙ୍କ ଭାଗ୍ୟରେ ନଥାଏ ସାବିତ୍ରୀ ବ୍ରତ ପାଳିବା । କାହା ପାଇଁ ଅର୍ଥ ବାଧକ ତ ଆଉ କାହାର ଭାଇଟିଏ ନଥାଏ । କରୋନା ଅନେକ ଭଉଣୀଙ୍କ ପାଖରୁ ଭାଇକୁ ବି ଛଡ଼ାଇ ନେଇଛି । ଫଳରେ ବାପ ଘରୁ ଆସିପାରିନଥାଏ ସଜ । ଅନ୍ତେବାସିନୀଙ୍କ ଜୀବନ ସଂଘର୍ଷର କଥା ଶୁଣିବା ପରେ ମୁଁ ଏ ଦାୟିତ୍ୱଟିକୁ କରିବା ପାଇଁ ଇଛା ପ୍ରକାଶ କରିଥିଲି । ମୁଁ ବଞ୍ôଚଥିବା ପର୍ଯ୍ୟନ୍ତ ପ୍ରତିବର୍ଷ ସାବିତ୍ରୀରେ ସଜ ଧରି ପହଞ୍ôଚବି ବୋଲି ସେ ପ୍ରକାଶ କରିଥିଲେ । ସାବିତ୍ରୀ ସଜ ପାଇ ଆମେ ବହୁତ ଖୁସି ବୋଲି ଅନ୍ତେବାସିନୀମାନେ ପ୍ରକାଶ କରିବା ସହ ସଜ ଧରି ଯାଇଥିବା ଭଉଣୀ ଓ ଭାଇମାନଙ୍କୁ ସାଧୁବାଦ ଜଣାଇଥିଲେ ।ଆଜିର ଦୁନିଆରେ ଗୋଟିଏ ମାଆ ପେଟର ଭାଇ ଭଉଣୀଙ୍କ ଭିତରେ ମଧ୍ୟ ଭଲ ସମ୍ପର୍କ ରହିପାରୁନି । କିନ୍ତୁ ଏ ଗରିବ ଭଉଣୀମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ଓ ତାଙ୍କ ଶଙ୍ଖା, ସିନ୍ଦୂର ବଜାୟ ରଖିବା ପାଇଁ ଏ ଯେଉଁ କର୍ତ୍ତବ୍ୟ ମହିଳା ଜଣଙ୍କ ନିଭାଇଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ । ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ଚିନ୍ମୟୀ ଫାଉଣ୍ଡେସନର ପ୍ରତିଷ୍ଠାତା ସନ୍ତୋଷୀ ଜୈନ, ସ୍ଥାନୀୟ ଯୁବ ସାମାଜିକ କର୍ମୀ ପ୍ରଦୀପ୍ତ ରଞ୍ଜନ ରାଉତ, ପ୍ରଦୀପ କୁମାର ନାଏକ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ