ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍କୁଲରେ ଚୋରି ହୋଇଥିବା ଘଟଣାର ପର୍ଦାଫାଶ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଲଗାତାର ବିଭିନ୍ନ ଦୋକାନ ସ୍ମାର୍ଟ ସ୍କୁଲ ଓ ବିଭିନ୍ନ ସ୍ଥାନରୁ ଚୋରି ହେଉଥିବା ବେଳେ ପୁଲିସ ଏହି ଘଟଣାର ପର୍ଦାଫାଶ କରିବା ସହ ଚୋରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ୭ ଜଣ ନାବାଳକ ଙ୍କୁ ଅଟକ ରଖି ବାଳ ସୁଧାର ଗୃହକୁ ପଠାଇଥିବା ସୂଚନା ମିଳିଛି। ଜବତ ସାମଗ୍ରୀ ମଧ୍ୟରେ ସିପିଉ, କିବୋର୍ଡ଼, ହେଡ଼ ଫୋନ ଥିବା ଜଣାପଡିଛି। ଅନ୍ୟ ପଟେ ଚୋରୀରେ ବ୍ୟବହୃତ ଜିନିଷ ସହ କିଛି ମରଣାସ୍ତ୍ର ଜବତ ହୋଇଥିବା ବେଳେ ଏହି ସମସ୍ତ ଚୋରୀରେ ସମ୍ପୃକ୍ତ ୭ ଜଣ ନାବାଳକ ଫିରିଙ୍ଗିଆ ବ୍ଲକ ଆଖ ପାଖ ଅଞ୍ଚଳର ବୋଲି ସୂଚନା ମିଳିଛି। ହେଲେ ଏହି ଘଟଣାର ମାଷ୍ଟର ମାଇଣ୍ଡ ସହ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଅବ୍ୟାହତ ଥିବା ବିଷୟ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ