ହନୁମାନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ ଓ ଘୃତ ଯଜ୍ଞ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗୋବରା ପଂଚାୟତ ଡେଙ୍ଗାପଦର ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ ଓ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଏଥି ନିମିତ୍ତ ଗତ ଶୁକ୍ର ବାର ଦିନ କଳସ ଶୋଭାଯାତ୍ରା ଏବଂ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଶନିବାର ଠାରୁ ଗ୍ରାମରେ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ, ଅନ୍ନ ଯଜ୍ଞ ଏବଂ ଘୃତ ଯଜ୍ଞ ଅନୁଷ୍ଠିତ କାର୍ଯ୍ୟକ୍ରମ ଚାଲୁ ରହିଛି ରହିଛି I ରବିବାର ଦିନ ଗ୍ରାମରେ ହନୁମାନଙ୍କ ଭବ୍ଯ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଖପାଖ ଅଞ୍ଚଳରୁ ମନ୍ଦିର ପ୍ରତିଷ୍ଠା ଏବଂ ନାମ ଯଜ୍ଞ ଦେଖିବା ସହ ପ୍ରସାଦ ସେବନ କରିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି I ଟୟ ଟ୍ରେନ୍ ଭଳି ବିଭିନ୍ନ ଖେଳ ସାମଗ୍ରୀ ଆସିଥିବାରୁ ଛୋଟ ଛୁଆ ମାନଙ୍କର ଭିଡ଼ ମଧ୍ୟ ଦେଖିବାକୁ ମିଳିଛି I କାର୍ଯ୍ୟକ୍ରମକୁ ଡେଙ୍ଗାପଦର ଗ୍ରାମବାସୀ ସହଯୋଗ କରୁଛନ୍ତି I ମଙ୍ଗଳବାର ଦିନ ସକାଳେ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ