ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ମହାସମ୍ପର୍କ ଅଭିଯାନ ଅବସରରେ ନିମାପଡା ନିର୍ବାଚନ ମଣ୍ଡଳୀ ର ଧନୁଆଁ ମଣ୍ଡଳ,ନିମାପଡା ଗ୍ରାମୀଣ ମଣ୍ଡଳ ଓ ବଳଙ୍ଗା ମଣ୍ଡଳ ର ସ୍ୱତନ୍ତ୍ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଧନୁଆଁ ମଣ୍ଡଳ ରେ ମଣ୍ଡଳ ସଭାପତି ଜଚିନ୍ଦ୍ର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଅତିଥି ଭାବେ ବିଜେପି ରାଜ୍ୟ ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡା ,ବଳଙ୍ଗା ମଣ୍ଡଳ ପକ୍ଷରୁ ପ୍ରସନ୍ନ ଦାଶ ଙ୍କ ଅଧ୍ୟକ୍ଷତାରେ ଭଗବତୀପୁର କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ବୈଠକ ରେ ଅତିଥି ଭାବେ ବିଜେପି ଜିଲ୍ଳା ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକ ଓ ନିମାପଡା ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ବୈଠକ ରେ ସଭାପତି ମାନସ ପ୍ରଧାନ ଅଧ୍ୟକ୍ଷତା କରିଥିବାବେଳେ ଅତିଥି ଭାବେ ଦିଲ୍ଲୀପ ନାୟକ ଓ ସଂଯୋଜକ ପ୍ରଦୀପ କୁମାର ନାୟକ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂରଣ ଅବସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ ପି ନଡ୍ଡାଜୀ ଙ୍କ ନେତୃତ୍ୱରେ ଆସନ୍ତା ମଇ ୩୦ ରୁ ଜୁନ ୩୦ ପର୍ଯ୍ୟନ୍ତ ମହା-ଜନସମ୍ପର୍କ ଅଭିଯାନ ଆରମ୍ଭ ହେବାକୁ ଯାଉଛି।ଏହି ସମୟ ମଧ୍ୟରେ ମଣ୍ଡଳ ଏବଂ ଶକ୍ତିକେନ୍ଦ୍ର ସ୍ତରୀୟ କାର୍ଯ୍ୟକର୍ତ୍ତା ମାନେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ କୁ ଗାଁ ଏବଂ ଘରକୁ ଘର ବୁଲି କେନ୍ଦ୍ର ସରକାରଙ୍କ ଗତ ୯ ବର୍ଷର ସଫଳତା ଏବଂ ବିଜୁ ଜନତା ଦଳର ଗତ ୨୩ ବର୍ଷର ବିଫଳତା ସବୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକ ରେ ସମସ୍ତ ମଣ୍ଡଳ ର ନିର୍ବାଚିତ ପ୍ରତିନିଧି, ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟ, ବିଭିନ୍ନ ମୋର୍ଚା ର ପଦାଧିକାରୀ ଓ ଦଳୀୟ ପ୍ରଭାରୀ ମାନେ ଯୋଗ ଦେଇଥିଲେ ।ଏହି ଅଭିଯାନ କୁ ସଫଳ କରିବା ପାଇଁ ଅତିଥି ମାନେ ବୈଠକ ରେ ଯୋଗ ଦେଇ ଥିବା ସମସ୍ତ ଦଳୀୟ କର୍ମୀଓ ନେତା ଙ୍କୁ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ