ଦିଗପହଣ୍ଡି ରେ ଗୋପାଳ ସମାଜର ଷଷ୍ଠ ପଞ୍ଚବାର୍ଷିକୀ ମହାସଭା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଠାରେ ଗଞ୍ଜାମ ଜିଲା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜର ଷଷ୍ଠ ପଞ୍ଚବାର୍ଷିକୀ ସମ୍ମିଳନୀ ଓ ମହାସଭା ଶୁକ୍ରବାର ସ୍ଥାନୀୟ ତିନି ତାଲୁକା ଗୋପାଳ ସମାଜ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଉଦଘାଟିତ ହୋଇଯାଇଛି । ପ୍ରଥମ ଦିବସରେ ବଡଖେମୁଣ୍ଡି , ସାନଖେମୁଣ୍ଡି ଓ ଚିକିଟି ତାଲୁକାର ସମସ୍ତ ମୁଠା କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବ୍ରହ୍ମପୁର ଏମ.ପି ଚନ୍ଦ୍ରଶେଖର ସାହୁ , ହରପ୍ରିୟା ଆଶ୍ରମର ଯୋଗୀ ଦେବଦତ୍ତ ମେକାପ , ସାମାଜିକ କର୍ମୀ ସାକା. ସୁଜିତ ପ୍ରମୁଖ ଯୋଗଦେଇ ମହାସଭାରେ ପୂଜିତ ହେଉଥିବା ଗୋପାଳ ସମାଜର କୂଳଗଙ୍ଗାଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ ଭିକ୍ଷା କରିଥିଲେ । ଏହି ପରିପ୍ରେକ୍ଷୀରେ ପଣ୍ତିତ ଭବାନୀ ଶଙ୍କର ତ୍ରିପାଠୀଙ୍କ ନେତୃତ୍ୱରେ ସମାଜର ୧୫ ଶହରୁ ଉର୍ଦ୍ଧ୍ବ ମହିଳା କଳସ ଯାତ୍ରାରେ ସାମିଲ ହୋଇ ବାଦ୍ୟ ବାଦନ ସହକାରେ ମୌଳାଭଞ୍ଜା ନଦୀରୁ ଗଙ୍ଗା ମାତାଙ୍କୁ ଆବାହନ କରି ମହାସଭା ନିକଟ ରେ ପହଞ୍ଚିଥିଲେ । ଏହାପରେ ନାମ ସଂକୀର୍ତ୍ତନ , ଗୃହ ପ୍ରତିଷ୍ଠା , ମୁଠା ସଭାପତି ଓ ଅତିଥିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ତିନି ତାଲୁକାର କର୍ମକର୍ତ୍ତାଙ୍କୁ ନେଇ ଗୋପାଳ ସମାଜ ର ଅଭିବୃଦ୍ଧି ସମ୍ପର୍କରେ ଅଭିଭାଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲୁରହିବ ବୋଲି ମହାସଭା ସଭାପତି ତଥା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୈାଡ ସୂଚନା ଦେଇଥିବା ବେଳେ ମହାସଭାର ପ୍ରଥମ ଦିବସରେ ୫ ହଜାରରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ଙ୍କ ସମାଗମ ହୋଇଥିଲା। ସେହିପରି ମହାସଭାର ଗଞ୍ଜାମ ଜିଲା ଉପସଭାପତି ପିତାମ୍ବର ଗୈାଡ , ତିନି ତାଲୁକା ସଭାପତି ହନୁ ଗୈାଡ ଙ୍କ ସମେତ ଗଣେଶ ମହାଙ୍କୁଡ , ରଘୁନାଥ ମହାଙ୍କୁଡ , ଗଣେଶ ଗୈାଡ , ଲକ୍ଷ୍ମଣ ଗୈାଡ , ମୃତ୍ଯୁଞ୍ଜୟ ଗୈାଡ , ରାମହରି ଗୈାଡ , ଦେବହରି ଗୈାଡ , ରବିଚନ୍ଦ୍ର ଗୈାଡ , ଚିତ୍ରସେନ ଗୈାଡ , ସିମାଞ୍ଚଳ ଗୈାଡ , ପୂର୍ବତନ ସରପଞ୍ଚ ବାୟା ଗୈାଡ , ଦିଗପହଣ୍ଡି ଏନ୍ ଏ ସି କାଉନସିଲର ନୀଳମାଧବ ଗୈାଡ , ପଟିଗୁଡା ପଞ୍ଚାୟତ ସରପଞ୍ଚ ସିମାଞ୍ଚଳଗୈାଡ, ତିନି ତାଲୁକା ସମ୍ପାଦକ ଆଦିକନ୍ଦ ଗୈାଡ , ଚିକିଟି ସଭାପତି କୃଷ୍ଣଚନ୍ଦ୍ର ଗୈାଡ ପ୍ରମୁଖ ମହାସଭା ପରିଚାଳନା କରିଥିବା ବେଳେ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । ମହାସଭାର ଭୀଷ୍ମଗିରି ମୁଠା ସଭାପତି ସନ୍ତୋଷ ଗୈାଡ ଓ ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ ମହାସଭାର ଉଦଘାଟନି ଦିବସରେ କର୍ତ୍ତାଭାବେ ପୂଜା କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ।