ବୁଗୁଡ଼ାରେ ସମସ୍ତ ପୋଖରୀ ହେବ ଆଦର୍ଶ ଜଳାଶ୍ରୟ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଥିବା ସମସ୍ତ ପୋଖରୀ ଆଦର୍ଶ ଜଳାଶ୍ରୟ ରେ ପରିଣତ କରାଯିବ ବୋଲି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମୀ ରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ମଇ ୨୭ ତାରିଖ ଦିନ ଏକ ରବର ନୌକାରେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଓ ଇ.ଓ. ଶ୍ରୀ ଦାଶ ବେଙ୍ଗେଇ ବନ୍ଧ ଓ ସାମନ୍ତ ବନ୍ଧର ଜଳର ଗଭୀରତା ସର୍ବେକ୍ଷଣ କରିବା ସହ ପାରିପାର୍ଶ୍ବିକ ଉନ୍ନତି କରଣ ପାଇଁ ପରିଦର୍ଶନ କରିଥିଲେ। ବୁଗୁଡା ଏନଏସି ଅନ୍ତର୍ଗତ ସମସ୍ତ ପୋଖରୀ ସର୍ବେକ୍ଷଣ କରାଯାଇ ପର୍ଯ୍ୟାୟ କ୍ରମେ ଆଦର୍ଶ ଜଳାଶ୍ରୟ ରେ ପରିଣତ କରାଯିବ ବୋଲି ଦୁହେଁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ