ଚାରଣ ଗୋଷ୍ଠୀର ସାଂଗଠନିକ ଶିକ୍ଷା ଶିବିର
ହାଟଡିହିି, (ବିକାଶ ବିଶ୍ୱାଳ):ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀରେ ଦୁଇଦିନିଆ ଚାରଣ ଗୋଷ୍ଠୀର ସାଂଗଠନିକ ଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ସଂଯୋଜକ ତପନ କୁମାର ନାୟକଙ୍କ ନେତୃତ୍ୱରେ କେନ୍ଦୁଝର ଜିଲ୍ଲାର ଚାରଣ ଗୋଷ୍ଠୀର ଏକ ପ୍ରତିନିଧି ଦଳ ଅଂଶ ଗ୍ରହଣ କରିଛି । ମତବାଜ ଚାରଣ ଶାଖାର ସୁରେନ୍ଦ୍ର ସେନାପତି, ଉଜୁଣି ଚାରଣ ଶାଖାର ଶତୃଘ୍ନ ଭଞ୍ଜ, ପୁର୍ଣ୍ଣଚନ୍ଦ୍ର ଜେନା, ସମଣା ଚାରଣ ଶାଖାର ମାନସ ଦାସ, ଶାସଙ୍ଗ ଚାରଣ ଶାଖାର ବିଜୟ କୁମାର ବିଶ୍ୱାଳ ପ୍ରମୁଖ ଏହି ଶିକ୍ଷା ଶିବିରରେ ଯୋଗଦେଇ ଚାରଣ ସ୍ୱଧ୍ୟାୟ କିପରି ପାଠ କରାଯିବ, ଭାଗବତ ପଠନ, ରଥଯାତ୍ରାରେ ଯୁବ ଚାଣ ମାନଙ୍କ ଦ୍ୱାରା ସେବାକାର୍ଯ୍ୟ, ଶ୍ରୀଜଗନ୍ନାଥଙ୍କ କଥାମୃତ ସହିତ ଗ୍ରାମାଞ୍ଚଳରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରାଯିବ ତାହା ୁପରେ ଶିକ୍ଷାଦାନ କରାଯାିତବଳା । ଏହି ଶିକ୍ଷା ଶିବିରର ଓଡିଶାର ବିଭିନ୍ନ ପ୍ରାନ୍ତରରରୁ ଶତାଧିକ ଚାରଣ ଗୋଷ୍ଠୀର କର୍ମକତ୍ତା ଯୋଗଦେଇଥିଲେ ।