ବ୍ରେକଅପରୁ ବାହାରିବାର ସବୁଠୁ ଭଲ ଉପାୟ କହିଲେ ଅନନ୍ୟା

ମୁମ୍ବାଇ : ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ପ୍ରମୋସନ ପାଇଁ ଲାଗିଛନ୍ତି। ଜୁମର ଏକ ଚ୍ୟାଟ ଶୋରେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହି ଚର୍ଚ୍ଚାରେ ଅନନ୍ୟା । ଏହି ଶୋ ରେ ଅନନ୍ୟା ନିଜ ଲଭ ଲାଇଫ ବିଷୟରେ ଚର୍ଚ୍ଚା କରିଥିଲେ। ଅନନ୍ୟା କହିଥିଲେ, କେବଳ ଜଣଙ୍କୁ ଛାଡ଼ି ସେ ନିଜର କୌଣସି ଏକ୍ସ-ବୟଫ୍ରେଣ୍ଡ ସହ ବନ୍ଧୁତା କରି ନାହାନ୍ତି। ସେ ତାଙ୍କର କେତେକ ପ୍ରଶ୍ନର ଉତ୍ତର ତାଙ୍କଠୁ ଚାହାଁନ୍ତି। ସେ ଅନନ୍ୟାଙ୍କୁ ବ୍ଲକ୍ କରି ଦେଇଛନ୍ତି,ଏଥିପାଇଁ ସେ ଉତ୍ତରର ଅପେକ୍ଷା କରିଛନ୍ତି’। ସେ ବ୍ରେକଅପକୁ ଡିଲ୍ କରିବାକୁ ନେଇ କେତେକ ଟିପ୍ସ କହିଥିଲେ। ଅନନ୍ୟା କହିଥିଲେ ଯେ ‘ବ୍ରେକଅପରୁ ବାହାରିବାର ସବୁଠୁ ଭଲ ଉପାୟ ହେଉଛି ଆଉ କାହା ସହ ଆଗକୁ ବଢ଼ିଯିବା।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ