ମେଦବୃଦ୍ଧି ପାଇଁ ଦାୟୀ କସ୍ମେଟିକ୍ସ
ନିୟମିତ ଏକ୍ସରସାଇଜ୍ ଓ ସନ୍ତୁଳିତ ଭୋଜନ କରିବା ପରେ ଯଦି ଆପଣଙ୍କ ଓଜନ କମୁ ନାହିଁ ତେବେ ନିଜେ ବ୍ୟବହାର କରୁଥିବା କସ୍ମେଟିକ୍ସ ଉପରେ ଟିକେ ଧ୍ୟାନ ଦିଅନ୍ତୁ। ନ୍ୟୟୁର୍କର ମାଉଣ୍ଟ ସିନାଇ ମେଡିକାଲ ସେଣ୍ଟରର କେତେକ ଅଧ୍ୟୟନକାରୀଙ୍କ ମତରେ ବ୍ୟବହୃତ କସ୍ମେଟିକ୍ ମଧ୍ୟ ମେଦବହୁଳତା ପାଇଁ ଦାୟୀ ହୋଇଥାଏ। ଚିକିତ୍ସକଙ୍କ ମତରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀରେ ଥିବା କେତେକ ରାସାୟନିକ ପଦାର୍ଥ ପ୍ରାକୃତିକ ଓଜନ ବୃଦ୍ଧି ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ। ଏହି ରାସାୟନିକ ପର୍ଦାଥ ସାମ୍ପୁ, ସାବୁନ୍ ପାଉଡର ଓ ଅନ୍ୟାନ୍ୟ ପ୍ରସାଧାନ ସାମଗ୍ରୀରେ ରହିଥାଏ। ଏହା ଶରୀରରେ ଥିବା ହରମୋନ୍ ଉପରେ ଗଭୀର ପ୍ରଭାବ ପକାଇଥାଏ। ଅଧ୍ୟୟନକାରୀମାନେ ଏହି ରାସାୟନିକ ପଦାର୍ଥର ନାଁ କ୍ୟାଲୋରୀ ରଖିଛନ୍ତି। ପ୍ରାୟ ୧୦୦୦ ଜଣ ଯୁବତୀଙ୍କ ୟୁରିନ୍ ଟେଷ୍ଟ କରିବା ପରେ ଅଧ୍ୟୟନକାରୀମାନେ ଏ କଥା ଜାଣିପାରିଥିଲ।