ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ଶାନ୍ତି ସ୍ରୋତ ଉପସେବା କେନ୍ଦ୍ର ଆନୁକୁଲ୍ୟରେ ଭଞ୍ଜନଗର ଉପକାରାଗାରରେ ବିଶ୍ଵ ତମାଖୁ ବର୍ଜ୍ଜନ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ କାରାଧ୍ଯକ୍ଷ ଶ୍ରୀ ଦଣ୍ଡପାଣି ପାତ୍ର ସାର୍ ଉପସ୍ଥିତ ରହି କଏଦୀମାନଙ୍କୁ ଆଧ୍ୟାତ୍ମିକ ମାର୍ଗ ଆପଣାଇ ନେଇ ଦେଶ, ସମାଜ ପାଇଁ ସୁନାଗରିକ ହେବା ପାଇଁ ଉପଦେଶ ଦେଇଥିଲେ । ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ନିଶାଦ୍ରବ୍ୟର‌ ବ୍ୟବହାର କେତେ କ୍ଷତିକାରକ ଓ ତା’ର ସରଳ ନିରାକରଣ ପାଇଁ ଆତ୍ମା ଜ୍ଞାନ ଆହରଣ ହିଁ ଏକ ସହଜ ପନ୍ଥା ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ବ୍ରହ୍ମା କୁମାରୀ ପ୍ରାପ୍ତି ଭଉଣୀ ଆତ୍ମା ପରିଚୟ ଓ ବ୍ରହ୍ମାକୁମାରୀ ପିଙ୍କି ଭଉଣୀ ପରମାତ୍ମାଙ୍କ ପରିଚୟ ପ୍ରଦାନ କରିଥିଲେ। ବ୍ରହ୍ମାକୁମାର ଶିବରାମ ଭାଇ ସୁନ୍ଦର ସଂଯୋଜନା କରିଥିବା ବେଳେ ଅନ୍ୟ ବ୍ରହ୍ମାକୁମାର ଭାଇଙ୍କ ଦ୍ଵାରା ଏକ କ୍ଷୁଦ୍ର ନାଟକ ମଞ୍ଚସ୍ଥ ହୋଇଥିଲା। କାରଗାରର ସମସ୍ତ କଏଦୀ ଭାଇ ଆଗ୍ରହ ସହ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଏଭଳି ଆଧ୍ୟାତ୍ମିକ ଆଲୋଚନା ଚକ୍ର ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ