ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ଶୁଭଶ୍ରୀ ଦିଗପହଣ୍ଡି ଟପ୍ପର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ୨ ବିଜ୍ଞାନ ଛାତ୍ରୀ ତଥା ମଳାଭଞ୍ଜା ରାଧା ନଗର ଗ୍ରାମର ଶୁଭଶ୍ରୀ ସାହୁ ଚଳିତ ବର୍ଷ ପରୀକ୍ଷାରେ ସର୍ବୋଚ୍ଚ ୫୦୧ ନମ୍ବର ହାସଲ କରି ଦିଗପହଣ୍ଡି ଟପ୍ପର ହୋଇଥିବା ଜଣାପଡିଛି। ସେହିଭଳି ଦିଗପହଣ୍ଡି ବସଷ୍ଟାଣ୍ଡ ଅଞ୍ଚଳର ର ଏ.ସୌମ୍ୟରଞ୍ଜନ ଦୋରା ୪୯୧ ମାର୍କ ହାସଲ କରି ୨ ୟ ସ୍ଥାନରେ ରହିଛନ୍ତି। ଖେମୁଣ୍ଡି କଲେଜ ଅଧ୍ୟକ୍ଷ ଅନୁପ କୁମାର ମିଶ୍ର, ଦିଗପହଣ୍ଡି ସ୍ଥିତ ସାଇ ଟ୍ୟୁଟୋରିଆଲ ର ମୁଖ୍ୟ ସାଇ ପ୍ରସାଦ ରଥ,ବିଭୂତି ଭୂଷଣ ତ୍ରିପାଠୀ,ପ୍ରକାଶ ଚନ୍ଦ୍ର ରେଡ୍ଡୀ,ଉଦୟ ନାଥ ଗୌଡ଼,ଦେବେନ୍ଦ୍ର ମିଶ୍ର ଙ୍କ ପ୍ରେରଣା ରେ ଉଭୟେ ସର୍ବୋଚ୍ଚ ନମ୍ବର ହାସଲ କରିଥିବା ସେମାନଙ୍କ ପ୍ରତିକ୍ରିୟା ରେ କହିଛନ୍ତି। ଖେମୁଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତବର୍ଷ ୨୫୬ ଛାତ୍ରୀ ଛାତ୍ର ଙ୍କ ମଧ୍ୟରୁ ୨୫୧ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ପ୍ରଥମ ଶ୍ରେଣୀ ରେ ୧୧୦ ଛାତ୍ରୀ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ଵିତୀୟ ଶ୍ରେଣୀ ରେ ୯୭ ଏବଂ ୨୯ ଜଣ ତୃତୀୟ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୩ ଛାତ୍ରୀ ଛାତ୍ର ଫେଲ ହୋଇଥିବା ବେଳେ ୨ ଛାତ୍ର ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଖେମୁଣ୍ଡି କଲେଜ ଅଧ୍ୟକ୍ଷ ଜଣାଇଛନ୍ତି।


