ଛତ୍ରପୁରରେ ହେବ ୩ୟ ଓଡିଶା ନାଭାଲ ଟାଟା ହକି ଗ୍ରାସରୁଟ ଲିଗ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସ୍ଥିତ ନୁଆପୁଲିସ ଲାଇନରେ ଥିବା ହକି ଷ୍ଟାଡିୟମରେ ୩ୟ ଓଡିଶା ନାଭାଲ ଟାଟା ହକି ଗ୍ରାସରୁଟ ଲିଗ ଆରମ୍ଭ ହେବ । ଅଣ୍ଡର ୧୬ ବାଳକ ଓ ବାଳିକା ମାନେ ଏଥିରେ ଖେଳିବେ । ଓଡିଶା ସରକାର,ଟାଟା ଷ୍ଟିଲ ଓ ଟାଟା ଟ୍ରଷ୍ଟ ପକ୍ଷରୁ ଏହି ଲିଗ ହେବ । ଏଥିରେ ୮ଟି ଜିଲା ଭାଗନେବେ । ସୁନ୍ଦରଗଡ,ସମ୍ବଳପୁର,ଢେଙ୍କାନାଳ,ନୟାଗଡ,ଗଞ୍ଜାମ,କଳାହାଣ୍ଡି, ମୟୁରଭଞ୍ଜ ଓ ଯାଯପୁର । ବାଳକ ଓ ବାଳିକା ବିଭାଗ ର ୧୧ ଟି ଦଳ ଏଥିରେ ଅଂଶ ଗ୍ରହଣ କରିବେ । ସୁନ୍ଦରଗଡ ଜିଲ୍ଲାରୁ ବାଳକ ଓ ବାଳିକା ବିଭାଗରୁ ୩ଟି ଦଳ,ସମ୍ବଳପୁର ରୁ ବାଳକ ଓ ବାଳିକା ବିଭାଗରୁ ୨ଟି ଦଳ ଅନ୍ୟ ଅନ୍ୟ ୬ ଜିଲାରୁ ବାଳକ ଓ ବାଳିକା ବିଭାଗରୁ ୧ଟି ଦଳ ଅଂଶ ଗ୍ରହଣ କରିବେ । ଆସନ୍ତାକାଲି ହକିକୁ ପ୍ରଚାର ଓ ପ୍ରସାର ନେଇ ଜିଲାପାଳ କାର୍ଯ୍ୟାଳୟରୁ ଏକ ରାଲ୍ଲି ବାହାରିବ ଏବଂ ୫ ତାରିଖରେ ଏହାର ଶୁଭାରମ୍ଭ ହେବ । ଏହି ଶୁଭାରମ୍ଭ ଉଦଘାଟନ ଉତ୍ସବକୁ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କି ଆସିବାର କାର୍ଯ୍ୟକ୍ରମ ରହିଛି । ୮ ତାରିଖରେ ଲିଗ ସରିବ । ଏହି ଲିଗରେ ଭଳ ପ୍ରଦର୍ଶନ କରିଥିବା ବାଳକ ଓ ବାଳିକା ବିଭାଗର ଏ ପୁଲର ଦୁଇଟି ଟିମ ଓ ବି ପୁଲର ଦୁଇଟି ଟିମ ସମୁଦାୟ ୮ଟି ଦଳ ଚୟନ ହୋଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମକୁ ଯିବେ ।


