୪ ର୍ଥ ଦିନରେ ଜିଲ୍ଲାସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଧାରଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଧାରଣା ଗତ 1 ତାରିଖ ଠାରୁ ଆରମ୍ଭ ହୋଇଛି. ଆଜି ରବିବାର ଦିନ ହେଲେ ସୁଦ୍ଧା ଅମଲାମାନଙ୍କ ଧାରଣା ୪ ର୍ଥ ଦିନରେ ପହଞ୍ଚିଛି.ଓଡ଼ିଶା ସରକାରଙ୍କ ବୈମାତୃକ ମନଭାବ ଟାଳଟୁଳ ଓ କାଳକ୍ଷେପଣ ନିତୀ ପ୍ରତିବାଦରେ ଜୁନ ମାସ ୧ ତାରିଖ ଠାରୁ ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଧାରଣା ଜାରୀ ରହିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେମାନଙ୍କ ଦାବି ହେଲା ପ୍ରବେଶିକା ଶିକ୍ଷା ଗତ ଯୋଗ୍ୟତା ସ୍ନାତକ ସହ କମ୍ପ୍ୟୁଟର ଜ୍ଞାନ ଭିତ୍ତିରେ କନିଷ୍ଠ ଅମଲାଙ୍କ ମୂଳ ଦରମାରେ ଗ୍ରେଡପେ- ୧୯୦୦ (ଲେବଲ-୪) ରୁ ଗ୍ରେଡପେ- ୪୨୦୦ (ଲେବଲ -୯) କୁ ବୃଦ୍ଧି ନିମନ୍ତେ ଦାବୀ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ