ମହେନ୍ଦ୍ରଗିରିରେ ପ୍ଲାଷ୍ଟିକ ମୁକ୍ତ ପାଇଁ ଅଭିଯାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପୁରାଣ ପ୍ରସିଦ୍ଧ ଓଡ଼ିଶାର ହିମାଳୟ ଗଜପତି ଜିଲ୍ଲାର ମହେନ୍ଦ୍ରଗିରିର ସୁରକ୍ଷା ପାଇଁ ସମ୍ପୂର୍ଣ ପ୍ଲାଷ୍ଟିକ ମୁକ୍ତ ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଛି. ଏହି ଅଭିଯାନ ନୀତି ଆୟୋଗ ମିଶନ ଲାଇଫ ଦ୍ୱାରା ପାରଳାଖେମୁଣ୍ଡି ବନଖଣ୍ଡ ଡିଭିଜନ ତରଫରୁ ଅନୁଷ୍ଠିତ ହୋଇଥିଲା. ଏହି ଅଭିଯାନରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଗଜପତି ଏସପି ସ୍ୱାତୀ ଏସ. କୁମାର, ପାରଳା ଡିଏଫଓ ଏସ. ଆନନ୍ଦ, ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଗାଵରା ତିରୁପତି ରାଓ ପ୍ରମୁଖଙ୍କ ନେତୃତ୍ୱରେ ପାରଳା ଗଜପତି ମହାବିଦ୍ୟାଳୟ, ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ, ମହେନ୍ଦ୍ରଗିରି ଇକୋ ଡେଭଲପେମଣ୍ଟର ସଦସ୍ୟ ଗଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଗଣ ପ୍ରମୁଖ ଏହି ଅଭିଯାନରେ ଯୋଗଦେଇ ମହେନ୍ଦ୍ରଗିରିରେ ପଡି ରହିଥିବା ବିଭିନ୍ନ ପ୍ଲାଷ୍ଟିକ, ପଲିଥିନ ଆଦିକୁ ବାହାର କରି ସଫେଇ କରିବା ସହ ମହେନ୍ଦ୍ରଗିରି ଓ ପରିବେଶର ସୁରକ୍ଷା ପାଇଁ ପଦକ୍ଷେପ ନେଇଥିଲେ. ଏଥିସହ ମହେନ୍ଦ୍ରଗିରିକୁ ଯିବା ଆସିବା କରୁଥିବା ପର୍ଯ୍ୟଟକ ଓ ବିଭିନ୍ନ ଗ୍ରାମବାସୀଙ୍କୁ ମଧ୍ୟ ଏହି ଅଭିଯାନରେ ପ୍ଲାଷ୍ଟିକ ମୁକ୍ତ ପାଇଁ ସଚେତନ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ମୋଟ ୨ ଶହ ଜଣ ଅଂଶ ଗ୍ରହଣ କରିଥିଲେ.


