ଜିଲ୍ଲାରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ
ଛତ୍ରପୁର, (ଦେବଦତ୍ତ ମହାରଣା):ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୁୁଲ୍ୟରେ ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏନେଇ ଶୁକ୍ରବାର ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବ୍ରହ୍ମପୁର ଶ୍ରମ ଅଧିକାରୀ ରବିନ୍ଦ୍ର ନାଥ ତ୍ରିପାଠୀ, ଛତ୍ରପୁର ଭାରପ୍ରାପ୍ତ ଶ୍ରମ ଅଧିକାରୀ ବି. ହୃଷିକେଶ ରାଓ, ଛତ୍ରପୁର ଶ୍ରମ କାର୍ଯ୍ୟାଳୟର ଅତିରିକ୍ତ ଶ୍ରମ ଅଧିକାରୀ ରଶ୍ମିରେଖା ପଣ୍ଡା, ଜନମଙ୍ଗଳ ସଂଯୋଜକ ଦେବାଶିଷ ନାୟକ, ବିଜୟ ମଲ୍ଲିକ , ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସିତାରାମ ପାତ୍ର, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷାମୁଣ୍ଡା, ଚାଇଲ୍ଡ ଲାଇନ ର ଗୋପାଳ କୃଷ୍ଣ ଦଳ ବେହେରା ଓ ଶିବରାମ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ଜିଲ୍ଲାର ସମସ୍ତ ଅଂଚଳ ବୁଲି ଶିଶୁ ଶ୍ରମିକ ନିରାକରଣ ଉପରେ ସଚେତନ କରିବ । ୧୪ ବର୍ଷରୁ କମ୍ ଶିଶୁ ମାନଙ୍କୁ କୌଣସି କାମରେ ନିଯୁକ୍ତି ନ କରିବା ସହ ଯଦି ବିପଦ ସଙ୍କୁଳ ଅବସ୍ଥାରେ ଦେଖିଲେ ତେବେ ଉକ୍ତ ରଥରେ ଥିବା ଶିଶୁ ଶ୍ରମିକ ସହାୟତା କେନ୍ଦ୍ର ଓ ଚାଇଲ୍ଡ ଲାଇନ ନମ୍ବର କୁ ସୂଚନା କରିବା ପାଇଁ ସଚେତନ କରାଇବ ।