ଇଣ୍ଡୋନେସିଆରେ ଭଲ କଳାପ୍ରଦର୍ଶନ କରି ପୁରସ୍କୃତ ହୋଇ ଫେରିଲେ ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଦଳ
ଛତ୍ରପୁର, (ଦେବଦତ୍ତ ମହାରଣା):ଇଣ୍ଡୋନେସିଆର ବାଲିରେ ହୋଇଥିବା ବାଲିଯାତ୍ରା କଳିଙ୍ଗ ମହୋତ୍ସବରେ ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରର ଜୟ ଗଣେଷ କଳା ବିକାଶ କେନ୍ଦ୍ରର ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ନୃତ୍ୟ ଦଳ ସେଠାରେ ଭଲ ପ୍ରଦର୍ଶନ କରି ଫେରିଛନ୍ତି । କଳିଙ୍ଗ ଇଟଂରନ୍ୟାସନାଲ ୟୁଥ୍ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ସେଠାରେ ପ୍ରଦର୍ଶନ କରିବାର ସୁଯୋଗ ମିଳିଥିଲା । ଏହି ମହୋତ୍ସବରେ ନିଜର ନୃତ୍ୟକଳାପ୍ରଦର୍ଶନ କରି ସେଠାରେ କଳା ଓ ସଂସ୍କୃତିର ଭାଇଚାର ପରମ୍ପରା କୁ ଲୋକଙ୍କ ପାଖରେ ପହଞ୍ଚାଇଥିଲେ ଏବଂ ଭଲ ପ୍ରଦର୍ଶନ କରିଥିବାରୁ ସେଠାରେ ତାଙ୍କ ଦଳକୁ ପୃରସ୍କୃତ ମଧ୍ୟ କରାଯାଇଥିଲା ବୋଲି ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁ କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ସହଭାଗିତାରେ ହୋଇଥିଲା ମହୋତ୍ସବ । ଓଡିଶୀ,ବନ୍ଦେଉତ୍କଳ ଜନନୀ ଓ ବୋଇତ ବନ୍ଧାଣ ଥିମ୍ କୁ ନେଇ ନିଜର କଳାପ୍ରଦର୍ଶନ କରିଥିଲେ । ଶନିବାର ନିଜ ଜନ୍ମ ମାଟି ଫେରିବାପରେ ସେଠାକାର ଅନୁଭୁତି ଓ ପ୍ରଦର୍ଶନ ସଂପର୍କରେ ଗୁରୁ ଅଳକା ସାହୁ ଗଣମାଧ୍ୟମକୁ କହିଥିଲେ । ଏହି ଦଳରେ ଗୁରୁ ଅଳକା ସାହୁଙ୍କ ସମେତ ଦେବୀ କୁମାରୀ ପ୍ରଧାନ, ଶିବାଙ୍ଗୀ ମହାରଣା,ଅଙ୍କିତା ପ୍ରିୟଦର୍ଶିନୀ ରଥ, କେଶବ ବେହେରା,ସାଗର ଦଲେଇ,ସ୍ନେହାଶିଶ ସାମଲ ରହି ନିଜର କଳା ପଦର୍ଶନୀ କରିଥିଲେ । ସୂଚନା ଯୋଗ୍ୟ ଗୁରୁ ଅଳକା ସାହୁଙ୍କ ଏହି ନୃତ୍ୟ ଦଳ ଏପରି ବହୁବାର ପୂର୍ବରୁ ଦେଶ ଓ ବିଦେଶ ନୃତ୍ୟ କଳା ପରିବେଶଣ କରି ପୁରସ୍କୃତ ହୋଇଛନ୍ତି ।