ମିଳିତ ବିରୋଧୀ ରାଜନୈତିକ ମଞ୍ଚ ପକ୍ଷରୁ ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା):ଦେଶର ତ୍ରୁଟିପୂର୍ଣ୍ଣ ରେଳ ଚଳାଚଳ ଯୋଗୁଁ ବାହାନଗା ସମେତ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଚାଲିଥିବା ଅଭିଯୋଗ କରି ମିଳିତ ବିରୋଧୀ ରାଜନୈତିକ ମଞ୍ଚ ପକ୍ଷରୁ ବିକ୍ଷୋଭ ସମାବେଶ ବାଲେଶ୍ୱର ରେଳଷ୍ଟେସନଠାରେ ଅନୁଷ୍ଠିତ ହୋଇଯାଇଛି । ସିପିଆଇଏମ ଜିଲା ସମ୍ପାଦକକ ଶିଶିର ହୁଇଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ କଂଗ୍ରେସ ଜିଲା ସଭାପତି ସଂଜୀବ ଗିରି, ପିସିସି ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଶ୍ରମିକନେତା ବିକାଶ ଦାସ, ସିିପିଆଇଏମ ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ ସୀତାଂଶୁ ସେନାପତି, ପ୍ରେମ ରଞ୍ଜନ ପାତ୍ର, ବିଜୟ ପାତ୍ର, ଦୀପ୍ତିମାନ ଆଚାର୍ଯ୍ୟ,ଦିଲୀପ କୁମାର ଗିରି, ସିିପିଆଇର ଜିଲା ସମ୍ପାଦକ ନିରଞ୍ଜନ ବାରିକ, ଭାଗବତ ପ୍ରତିହାରୀ, ଗୌରାଙ୍ଗ ପାଣିଗ୍ରାହୀ, ଆପର ଜିଲା ସମ୍ପାଦକ ନିକୁଞ୍ଜ କୁମାର ମହାନ୍ତି, ଫରୱଡବ୍ଲକର ସର୍ବେଶ୍ୱର ମିଶ୍ର, ଲକ୍ଷ୍ମୀଧର ଗିରି, ସିିପିଆଇଏମ ଭଦ୍ରକ ଜିଲା ସମ୍ପାଦକ ଦିବ୍ୟସିଂହ ନାୟକ, ରାଜ୍ୟ ନେତା ନିର୍ମଳ ନାୟକ, ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ, ମୟୂରଭଞ୍ଜ ଜିଲା ସିିପିଆଇଏମ ନେତା ମୃତ୍ୟୁଞ୍ଜୟ ବେହେରା, ବିର୍କତନ କବି, ହରିଶ ସିଂ, ପ୍ରଶାନ୍ତ ରାଏ, ଚାଷୀ ମୂଲିଆ ନେତା ଅରୁଣ ଜେନା, ନିରଞ୍ଜନ ବେହେରା, ପ୍ରଭାକର ବେହେରା, ମଣ୍ଟୁ ନାୟକ, ସିକନ୍ଦର ଖାଁ, ଆଜମତ ଖାଁ, ପ୍ରତାପ ବାରିକ, ସୁଦର୍ଶନ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ବାହାନଗା ରେଳ ଦୁର୍ଘଟଣାର ସିବିଆଇ ପରିବର୍ତ୍ତେ ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସଆଇଟି) ଦ୍ୱାରା ତଦନ୍ତ କରାଯାଉ ବୋଲି ଦାବି କରିଥିଲେ । କେନ୍ଦ୍ର ସରକାରଙ୍କ ହାତବାରିସୀ ସାଜି ଲୋକଙ୍କର ବିଶ୍ୱାସ ହରାଇଥିବା ସିବିଆଇ ତଦନ୍ତ ପ୍ରତ୍ୟାହାର କରଯାଉ ବୋଲି ସେମାନେ କହିଥିଲେ । ଏଥି ସହିତ ନିରପେକ୍ଷ ତଦନ୍ତ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦିଅନ୍ତୁ, ସମସ୍ତ ମୃତକଙ୍କ ନାମ ତାଲିକା ଫୋଟୋ ସହିତ ସାର୍ବଜନୀନ ଭାବେ ସବୁ ଭାଷାରେ ଦୈନିକ ଖବର କାଗଜରେ ପ୍ରକାଶ କରାଯାଉ, ମୃତକଙ୍କୁ ଚି଼ହ୍ନଟ ପ୍ରକ୍ରିୟା ସରଳୀକରଣ କରିବା, ପ୍ରତ୍ୟେକ ମୃତକ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ପ୍ରଦାନ, ସମସ୍ତ ଆହତଙ୍କୁ ଉନ୍ନତ ଏବଂ ଅତ୍ୟାଧୁନିକ ମାଗଣା ଚିକିତ୍ସା ପ୍ରଦାନ, ସମସ୍ତ ଆହତଙ୍କୁ ଆର୍ôଥକ ସହାୟତା, ପ୍ରତ୍ୟେକ ମୃତକ ପରିବାର ଏବଂ ଗୁରୁତର ଆହତ ହୋଇ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇଥିବା ପରିବାରର ଜଣକୁ ନିଯୁକ୍ତି, ରେଳ ବିଭାଗରେ ଖାଲି ପଡ଼ିଥିବା ୩ ଲକ୍ଷ ୧୨ହଜାର ପଦ ଅବିଳମ୍ବେ ପୂରଣ କରିବା, ରେଳ ବ୍ୟବସ୍ଥାର ସାମଗ୍ରିକ ଭିତ୍ତିଭୂମି ବିକାଶ, ରେଳ ଧାରଣାର ରକ୍ଷଣା-ବେକ୍ଷଣ, ଆସନ୍ନ ଦୁର୍ଘଟଣା ରୋକିବା ପାଇଁ ଅତ୍ୟାଧୁନିକ କାରିଗରୀ କୌଶଳ \”କବଚ\” ବ୍ୟବହାର କରିବା, ଘରୋଇକରଣ ପ୍ରକ୍ରିୟା ବନ୍ଦ କରିବା, ରେଳ ଯାତ୍ରାରେ ସବୁ ଯାତ୍ରୀଙ୍କ ନିରାପତ୍ତା, ପାନୀୟ ଜଳ, ଉନ୍ନତ ଧରଣର ପାଇଖାନା, ସଫେଇ ବ୍ୟବସ୍ଥା, ଖାଦ୍ୟ ସାମଗ୍ରୀର ଗୁଣ ବୃଦ୍ଧି, ସାଧାରଣ ଯାତ୍ରୀଙ୍କ ଯାତାୟତ ପାଇଁ ଅଧିକରୁ ଅଧିକ ସ୍ଲିପର କୋଚ, ସାଧାରଣ କୋଚ ପ୍ରଚଳନ କରିବା ସହିତ ସୁଲଭ ମୂଲ୍ୟରେ ରେଳ ଯାତ୍ରା ସୁବିଧା ଇତ୍ୟାଦି ଯୋଗାଇବା ନିମନ୍ତେ ମିଳିତ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଷ୍ଟେସନ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଥିଲା ।