ବିଦୁ୍ୟତ କାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ଥ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ଅଞ୍ଚଳରେ ଏବେ ପ୍ରବଳ ମାତ୍ରାରେ ବିଦୁ୍ୟତ କାଟ ହେଉଛି । କୌଣସି ସୁଚନା ଦିଆ ନଯାଇ ଘଣ୍ଟା ଘଣ୍ଟା ବିଦୁ୍ୟତ କାଟ ହେଉଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ପୁର୍ବରୁ ଓରାଳି ଦେଇ ହାଟଡିହି ଅଞ୍ଚଳକୁ ବିଦୁ୍ୟତ ଯୋଗାଣ ହେଉଥିବାବେଳେ ଯେପରି ବେଙ୍ଗ ମୁତିଲେ ବିଦୁ୍ୟତ କାଟ ହୁଏ ଏବେ ଆନନ୍ଦପୁର ପଟୁ ବିଦୁ୍ୟତ ଯୋଗାଣ ପରେ ମଧ୍ୟ ସେହି ସମାନ ଅବସ୍ଥା ସଅଷ୍ଟି ହୋଇଛି । ଅନେକ ସମୟରେ ବିଦୁ୍ୟତ ଯାଉଛି ଯେ ଆଉ ଆସବାର ନାଁ ଧରୁନି । ଆଜି ବିଦୁ୍ୟତ ତାର ସଂଷ୍ପର୍ଶରେ ଆସି ଦଧିବାବନପୁର ଗ୍ରାମର ଜଣେ ବୃଦ୍ଧାଙ୍କର ମୃତୁ୍ୟ ଘଟିବାପରେ ଆଜି ସକାଳୁ ସକାଳୁ ଗ୍ରାମବାସୀମାନେ ବିଦୁ୍ୟତ ଷ୍ଟ୍ରକ୍ଚର ଘୋରାଉ କରିବାପରେ ବିଦୁ୍ୟତ ବିଭାଗ ପକ୍ଷରୁ ସମଗ୍ର ଅଞ୍ଚଳକୁ ବିଦୁ୍ୟତ କାଟ କରିଦେଇଥିଲା । ପ୍ରବଳ ଗରମ ଓ ପ୍ରଚଣ୍ଡ ଖରାରେ ଲୋକମାନେ ବାହାରକୁ ବାହାରି ପାରୁ ନଥିବାବେଳେ ଲାଇନ ନଥିବାରୁ ଘରେ ମଧ୍ୟ ରହି ପାରୁ ନଥିଲେ । ଫଳରେ ଦିନ ତମାମ ବିଦୁ୍ୟତ କାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା । ଗତକାଲି ସନ୍ଦ୍ୟାରେ କାଳବୈଶାଖି ଯୋଗୁଁ ଅନେକ ସ୍ଥାନରେ ବିଦୁ୍ୟତ ତାର ଛିଣ୍ଡି ପଡିଥିବାବେଳେ ଆଜି ମଧ୍ୟହ୍ନରେ ମଧ୍ୟ କାଳବୈଶାଖି ଘଟି ଅନେକ ସ୍ଥାନରେ ତାର ଛଣ୍ଡିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବିଦୁ୍ୟତ ସଂଯୋଗ ଦିଆଯାଇ ପାରିନାହିଁଁ । ଆଜି ଉତ୍ତାପ ୪୦ଡିଗ୍ରୀ ଉପରେ ଥିବାବେଳେ ପ୍ରବଳ ଗୁଳୁଗୁଳି ଯୋଗୁଁ ଲୋକମାନେ ନାହିଁ ନଥିବ ା ଅସୁବିଧା ଭୋଗ କରିଛନ୍ତି । ସକାଳ ୮ଟାପରେ ଆଉ ବାହାରକୁ ବାହାରି ହେଉ ନଥିଲା । ଏପରିକି ବିଦୁ୍ୟତ ନଥିବାରୁ ଅନେକ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଯାଇଥିବାବେଳେ କୌଣସି ଦେକାନରେ ଥଣ୍ଡା ପାନୀୟ ମଧ୍ୟ ମିଳି ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ