ଯୋଗୀ ଗୁମ୍ଫା ଉନ୍ନୟନ ପାଇଁ କ୍ରିୟାନୁଷ୍ଠାନ କମିଟି ଗଠନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ଯୋଗୀ ଗୁମ୍ଫାର ଉନ୍ନତି କରଣ ପାଇଁ ପବିତ୍ର ରଜ ସଂକ୍ରାନ୍ତି ଦିନ ଗୁମ୍ଫାର ପାଦ ଦେଶରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଦ୍ୟୋକ୍ତା, କୋରାପୁଟ ଜିଲ୍ଲା ସିମିଳିଗୁଡାର କୋରାମଣି ମହାରଣାଙ୍କ ଅଧ୍ୟକ୍ଷତାରେ ଏବଂ ବାଲିପଦର ଗ୍ରାମର ଯୁବ ସଂଗଠକ ରାଜେନ୍ଦ୍ର ମହାରଣାଙ୍କ ସଂଯୋଜନାରେ ବୈଠକ ଅନୁଷ୍ଠିତ ହୋଇଥିଲା। “ଘୁମୁସର ର ସ୍ୱର” ର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ବାଲିପଦର ସରପଞ୍ଚଙ୍କ ପ୍ରତିନିଧି କୈଳାଶ ଚନ୍ଦ୍ର ପ୍ରଧାନ, ଖଲି ପରିଡା ଓ ଅନିଲ କୁମାର ମହାରଣା ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ କାଷ୍ଠ ଶିଳ୍ପୀ ଯୋଗୀ ମହାରଣାଙ୍କ ସାଧନା ସ୍ଥଳୀ ଯୋଗୀ ଗୁମ୍ଫାର ଉନ୍ନତି କରଣ ଓ କଳାବତୀ ମନ୍ଦିର ନିର୍ମାଣ ସଙ୍ଗେ ସଙ୍ଗେ ଯୋଗୀ ପାହାଡ ସହ ଯୋଡି ହୋଇଥିବା ବିଭିନ୍ନ ଐତିହାସିକ ଘଟଣା ଗୁଡିକୁ ଲୋକ ଲୋଚନକୁ ଆଣିବାକୁ ପ୍ରସ୍ତାବ ଗୃହୀତ ହୋଇ ଏକ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଥିଲା। କମିଟିର ଉପଦେଷ୍ଟା ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଇଂ ଲକ୍ଷ୍ମୀ ପ୍ରସାଦ ନାୟକଙ୍କୁ ମନୋନୀତ କରାଯାଇଥିବା ବେଳେ ରାଜେନ୍ଦ୍ର ମହାରଣା ଙ୍କୁ ସଂଯୋଜକ ଭାବେ ମନୋନୀତ କରାଯାଇଥିଲା। ସଦସ୍ୟ ଭାବେ କୈଳାଶ ଚନ୍ଦ୍ର ପ୍ରଧାନ, କେ.ନୀଳମାଧବ ଆଚାରୀ, କୋରାମଣି ମହାରଣା, ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ଅନିଲ କୁମାର ମହାରଣା, ଖଲି ପରିଡା, କିଶୋର କୁମାର ଗୁରୁ, ଦ୍ବିତୀକୃଷ୍ଣ ବିଶ୍ୱାଳ, ଇଂ ବିପ୍ର ଚରଣ ପାତ୍ର, ଇ.ନୀଳାଚଳ ପାତ୍ର, ସର୍ବିଶ ଆଚାରୀ, ଦେବରାଜ ମହାରଣା, ଜି.ଅରବିନ୍ଦ ପାତ୍ର ଓ ସନ୍ୟାସୀ ମହାରଣା ଙ୍କୁ ମନୋନୀତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ