ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ଶ୍ରାଦ୍ଧବାର୍ଷିକ

ବାଲେଶ୍ୱର, (ସରୋଜ ପଣ୍ଡା):ଦିବଙ୍ଗତ ସଦର ବିଧାୟକ ମଦନ ମୋହନ ଦତ୍ତ (ମଙ୍ଗୁ ଭାଇ)ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକରେ ସଦର ବିଜେପି ପକ୍ଷରୁ ଶନିବାର ସେବା ଦିବସ ପାଳିତ ହୋଇଯାଇଛି । ସ୍ୱର୍ଗତ ଦତ୍ତଙ୍କ ସୁପୁତ୍ର ତଥା ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ମାନସ କୁମାର ଦତ୍ତଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କର୍ମକାଣ୍ଡ ସମ୍ପନ୍ନ ହୋଇଥିଲା । ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଏହି ଅବସରରେ ବିଭିନ୍ନ ସାମାଜିକ ସଂଗଠନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶେଷ କରି ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ, ଚିକିତ୍ସାଳୟରେ ଆହତଙ୍କ ସେବା, ରକ୍ତଦାନ ପ୍ରଭୃତି କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରିଥିବା ସଂଗଠନର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସୋର ବ୍ଲକ ଅଧ୍ୟକ୍ଷ ମାଧବ ଧଡ଼ା, ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ମହିଳା ମୋର୍ଚ୍ଚା ରାଜ୍ୟ ଉପ-ସଭାନେତ୍ରୀ ସୁଷମା ବିଶ୍ୱାଳ, ଜିଲା ସାଧାରଣ ସମ୍ପାଦକ ଇଶ୍ୱର ବେହେରା, ମହିଳା ମୋର୍ଚ୍ଚା ଜିଲ ସଭାନେତ୍ରୀ ମନୀଷା ବେହେରା ପ୍ରମୁଖ ଏଥିରେ ଯୋଗଦେଇ ସ୍ୱଗର୍ତ ମଙ୍ଗୁଭାଇଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଜନସାଧାରଣଙ୍କ ସମସ୍ୟା ସମାଧାନ ସାଙ୍ଗକୁ ପ୍ରତିଟି କ୍ଷେତ୍ରରେ ଲୋକଙ୍କ ସେବା ପାଇଁ ସେ ଉପସ୍ଥିତ ରହୁଥିଲେ ବୋଲି ବକ୍ତାମାନେ କହିଥିଲେ । ଜିଲା ପରିଷଦ ସଦସ୍ୟ ଗୟାଧର ବେହେରା, ଆରସିଏମଏସ ସଭାପତି ସର୍ବେଶ୍ୱର ମହାନ୍ତି, କାଉନସିଲର ସତ୍ୟଶିବ ସୁନ୍ଦର ଦାଶ, ନିତ୍ୟଗୋପାଲ ସିଂ, ରୋଜାଲିନ ପାଣି ଓ ପ୍ରତିମା ବେହେରା, ସରପଞ୍ଚ ରବିନାରାୟଣ ପ୍ରଧାନ, ଅରୁଣ ବେଜ, ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ଲୋକନାଥ ଭୂୟାଁ, ପ୍ରବୀର ଶଙ୍କର ଦାଶ, ହରେନ୍ଦ୍ର ପ୍ରଧାନ, ଅନନ୍ତ ନାୟକ, ସୁଜିତ ବେବ, ମିହିର ପାଣି, ଚନ୍ଦ୍ରଶେଖର ନନ୍ଦ, ସମର ଶଙ୍କର କାନୁନଗୋ, କୌସିକ ଚାନ୍ଦ, ପୂର୍ବତନ ସରପଞ୍ଚ ଶ୍ରୀକାନ୍ତ ମହାପାତ୍ର, ସୁଭେଶ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ବୈଲୋଚନ ଦାଶ, ଲକ୍ଷ୍ମୀଧର ବେହେରା, ବିଜୟ ପାଣିଗ୍ରାହୀ, ସର୍ବେଶ୍ୱର ପାତ୍ର, ମନୋହର ପେରିୱାଲ, ବିଭୂପଦ ଦାସ, ବିକାଶ ପାଢୀ, ମନ୍ମୟ ଦାସ, ସୌଭାଗ୍ୟ ମାନସ ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ମୁନା ମହନ୍ତ, ରଣଜିତ ପୃଷ୍ଟି, ପବନ କମିଳା, ସେଖ ମିରାଜ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଉପସ୍ଥିତ ଥିଲେ । ଯୁବନେତା ମାନସ ଦତ୍ତ କୃତଜ୍ଞତା ଜଣାଇବା ସହ ପିତାଙ୍କ ପଥ ଅନୁସରଣ ପୂର୍ବକ ‘ସେବା ହିଁ ସଂଗଠନ’ର ଜାଗରଣ ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ବୋଲି ସୂଚନା ଦେଇଥିଲେ । ସଦର ବିଜେପିର ବହୁ ଯୁବକର୍ମୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ