ବିଧାନସଭା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସର୍ବଭାରତୀୟ ସ୍ତରରେ ପ୍ରସଂଶିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାରାଷ୍ଟ୍ରର ମୁମ୍ବାଇ ଜିଓ ୱାର୍ଲଡ କନଭେନସନ୍ ସେଣ୍ଟର ଠାରେ ଚଳିତ ମାସ ୧୫,୧୬,୧୭ ତିନିଦିନ ଧରି ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀରେ ଦେଶର ବିଧାୟକ ମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରସଂଶା କରିବା ସହିତ କାର୍ଯ୍ୟଦକ୍ଷତା ବୃଦ୍ଧି ଦିଗରେ ଆଲୋଚନା କରାଯାଇଥିଲା | ଏହି ସଭାରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ସମେତ ଲୋକସଭା ବାଚସ୍ପତି ତଥା ପୂର୍ବତନ ବାଚସ୍ପତି ମିରାକୁମାର , ଶିବରାଜ ପାଟିଲ , ଶରଦ ପାୱାର , ଭେଙ୍କିଆ ନାଇଡୁ , ସୁମିତ୍ରା ମହାଜନ ,ପ୍ରମୁଖ ଯୋଗଦେଇଥିଲେ | ସାରା ଭାରତରୁ ଏକମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କ ନିର୍ବାଚନ ମଣ୍ଡଳୀରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମନୋନୀତ ହୋଇଥିବା ବେଳେ ଓଡିଶାରୁ ଅନ୍ୟ ଚାରିଜଣଙ୍କ ମଧ୍ୟରେ ବରୀ ଯାଜପୁରର ଏକମାତ୍ର ମହିଳା ବିଧାୟିକା ସୁନନ୍ଦା ଦାସଙ୍କ ଦ୍ୱାରା ରାସ୍ତା , ଚେକ ଡ୍ୟାମ , ଅଳ୍ପସଂଖ୍ୟକଙ୍କ ଶିକ୍ଷା , ପାଠାଗାର ନିର୍ମାଣ ଓ ନଦୀବନ୍ଧ ସୁରକ୍ଷା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରସଂଶା କରି ଭାରତର ସ୍ୱାଧୀନତାର ୭୫ ତମ ବର୍ଷର ବିଷୟବସ୍ତୁକୁ ପ୍ରତିଫଳିତ କରି ଗଣତନ୍ତ୍ରର ଆତ୍ମାକୁ ପାଳନ କରୁଥିବା “ଏପିଜେ ଅବଦୁଲ କଲାମ ଏକ୍ସପୋ ପାଭିଲିୟନ”ରେ ପ୍ରଦର୍ଶିତ ହୋଇଛି | ସାରା ଭାରତରୁ ପ୍ରାୟ ୭୫ ଜଣ ବିଧାୟକଙ୍କର କାର୍ଯ୍ୟକୁ ପ୍ରସଂଶିତ କରାଯାଇଛି | ଏହି ପ୍ରଦର୍ଶନୀରେ “ବିଧାନସଭା ବିକାଶ ଉପରେ ମନୋନୀତ ୭୫ ଜଣ ବିଧାୟକଙ୍କ ଦ୍ୱାରା ପ୍ରଶଂସନୀୟ କାର୍ଯ୍ୟ ”, “ତୃଣମୂଳ ସ୍ତରର ବିକାଶ ପାଇଁ ୭୫ ପ୍ରଶଂସନୀୟ ଷ୍ଟାର୍ଟଅପ୍”, “ରାଜ୍ୟ ତଥା UT ର ୭୫ ପ୍ରଶଂସନୀୟ କାର୍ଯ୍ୟକ୍ରମ” ସ୍ଥାନିତ କରାଯାଇଛି |ଏହି ସମ୍ମିଳନୀରେ ଓଡିଶାରୁ ୧୦-୧୨ ଜଣ ବିଧାୟକ ଭାଗ ନେଇଥିବା ବେଳେ ସାରା ଭାରତରୁ ୨୧୦୦ ବିଧାୟକ ବିଭିନ୍ନ ଆଲୋଚନା ସଭାରେ ଭାଗ ନେଇଥିଲେ | ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀର କାନ୍ଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ସୁନନ୍ଦା ଦାସଙ୍କ କାର୍ଯ୍ୟକୁ ପ୍ରସଂଶିତ କରି ସୋସିଆଲ ମିଡିଆରେ ଚର୍ଚ୍ଚା ବରୀ ଅଞ୍ଚଳରେ ଖୁସିର ଲହର ଖେଳିଯାଇଛି | ବିଧାୟକଙ୍କୁ ପ୍ରସଂଶା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସୁନନ୍ଦା ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି |


