ପାରଳାଖେମୁଣ୍ଡି ସ୍ମାର୍ଟ୍ ସ୍କୁଲରେ ଘଟିଛି ଲଜ୍ୟାଜନକ ଘଟଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ସରକାରଙ୍କ ଦ୍ବାରା ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ଅନେକ ଯୋଜନା କରାଯାଇଛି। ଯୋଜନା ଗୁଡାକ ତଦାରଖ କରିବା ନିମନ୍ତେ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ବି ଅଛନ୍ତି ତଥାପି ବେଳେ ବେଳେ ଏହି ସ୍କୁଲ ଗୁଡିକରେ ବିଭିନ୍ନ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳୁଛି। ଏପରି ଏକ ଲଜ୍ୟାଜନକ ଘଟଣା ଘଟିଛି ଗଜପତିଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସ୍ମାର୍ଟ୍ ସ୍କୁଲରେ। ଏଇ ସ୍କୁଲର ଜଣେ ପ୍ରଥମ ଶ୍ରେଣୀରେ ପଢୁଥିବା ନାବାଳିକା ର ମା ସୁଶ୍ରୀ କେ.ସ୍ୱପ୍ନା ରେଡ୍ଡୀ ଅଭିଯୋଗ କରିବା ଅନୁସାରେ ତାଙ୍କ ଝିଅର କ୍ଲାସ୍ ରୁମ୍ରେ କିଛି ବିଶୃଙ୍ଖଳା ହେଉଥିବାରୁ ପ୍ରଥମ ଶ୍ରେଣୀର ଜଣେ ଶିକ୍ଷୟତ୍ରୀ ତାଙ୍କ ପାଞ୍ଚ ବର୍ଷର ଝିଅର ସ୍କୁଲ ପୋଷାକ ସମସ୍ତ ପିଲାନଙ୍କ ଆଗରେ ଖୋଲିଦେଇ ଥିବା କାରଣରୁ ତଙ୍କ ଝିଅ ଓ ପରିବାର ବହୁତ ଦୁଃଖିତ ଲଜିତ ଏବଂ ତାଙ୍କର ହୃଦୟକୁ ଗଭୀର ଆହତ ପହଞ୍ଚଛି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଝିଆ କାନ୍ଦି କାନ୍ଦି ସ୍କୁଲ୍ ରୁ ଘରକୁ ଫେରି ଏହି ଘଟଣା ବିଷୟରେ କହିଥିଲା ପରେ ଏହି ବିଷୟରେ ଝିଅ ର ମା ସ୍ବପ୍ନ ରେଡ୍ଡୀ ସ୍କୁଲ୍ ର ପ୍ରିନ୍ସିପାଲ କୁ କହିବାରୁ ସ୍କୁଲ କମିଟି ବସି ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଥିଲେ। ତାଙ୍କ ଉତ୍ତର ରେ ସନ୍ତୁଷ୍ଟ ନହେବାରୁ କେ. ସ୍ବପ୍ନ ରେଡ୍ଡୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଏବଂ ଜିଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ଏକ ଲିଖିତ ଅଭିଯୋଗ ଦେଇଥିବା କହିଛନ୍ତି .ତାଙ୍କ ଝିଅ ସ୍ମାର୍ଟ୍ ସ୍କୁଲ୍ ରେ ପଢିବାକୁ ଅସୁରକ୍ଷିତ ମନେ କରୁଛନ୍ତି ତାଙ୍କୁ ତାଙ୍କର ସ୍କୁଲ ଟ୍ରାନ୍ସଫର ସାର୍ଟିଫିକେଟ ଆଉ ଯେଉଁ ସ୍କୁଲ୍ ଫିସ୍ ସେ ବାନ୍ଧି ଥିଲି ତାହା ଫେରସ୍ତ କରିବା ପାଇଁ ଦାବି କରିଛନ୍ତି । ତାଙ୍କ ଝିଅ କୁ ଅନ୍ୟ ସ୍କୁଲ୍ ରେ ପଢେଇବା ପାଇଁ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି। ଏ ପରି ଏକ ଲଜ୍ୟାଜନକ ଘଟଣା ଜାଣି ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରିଥିବା ଦେଖିବାକୁ ମିଳୁଛି


