ସମିତି ସଭ୍ୟାସଭ୍ୟ ମହାସଙ୍ଘର ଜିଲା ସ୍ତରୀୟ ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ୧୨ଟି ବ୍ଲକର ପଞ୍ଚାୟତ ସମିତିର ସମିତି ସଭ୍ୟାସଭ୍ୟ ମହାସଙ୍ଘ ପକ୍ଷରୁ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାସଙ୍ଘର ଜିଲାସଭାପତି ବୈଦ୍ୟନାଥ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ସମିତିସଭ୍ୟ କାଳିପ୍ରସାଦ ମଲିକ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇ ସଭା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ କ. ନୂଆଗାଁ ବ୍ଲକ ର୍ସିତ୍ତିଗୁଡା ପଞ୍ଚାୟତର ସମିତିସଭ୍ୟ ଭାଗ୍ୟବାନ ବେହେରାଙ୍କ ସଭାପତିତ୍ୱରେ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା l ସମିତି ସଭ୍ୟମାନେ ବ୍ଲକ ଅଧ୍ୟକ୍ଷଙ୍କୁ ନିର୍ବାଚିତ କରିବା ପରେ ପ୍ରଶାସନ ଠାରୁ ଆରମ୍ଭ କରି ପଞ୍ଚାୟତରେ ଅଣଦେଖା ହେଉଛନ୍ତି ସେ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ଜିଲାର ଦାରିଙ୍ଗବାଡି ବ୍ଲକ ସମେତ ରାଇକିଆ, ବାଲିଗୁଡା, ଟିକାବାଲି, ଫୁଲବାଣୀ, କୋଟଗଡ, କ. ନୂଆଗାଁ, ଖଜୁରୀପଡା, ଫିରିଙ୍ଗିଆ, ତୁମୁଡିବନ୍ଧ, ଜି.ଉଦୟଗିରି ଆଦି ବ୍ଲକର ସମିତି ସଦସ୍ୟମାନେ ବୈଠକରେ ଯୋଗଦେଇ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ