କୈବର୍ତ୍ତ ସମାଜ ପକ୍ଷରୁ ରଥାରୁଢ ଶ୍ରୀବଳଦେବଜୀଉଙ୍କୁ ଚୁଡାଘଷା ନୈବେଦ୍ୟ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପ୍ରସିଦ୍ଧ ବାହୁଡା ରଥଯାତ୍ରା ଅବସରରେ କୈବର୍ତ୍ତ ସମାଜ ପକ୍ଷରୁ ପ୍ରତିବର୍ଷ ପରି ରଥାରୁଢ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ପାରମ୍ପାରିକ ଚୁଡାଘଷା ନୈବେଦ୍ୟ ଅର୍ପଣ କରାଯାଇଛି । ଗୁରୁବାର ବାହୁଡା ଯାତ୍ରା ସମୟରେ ରଥଦାଣ୍ଡସ୍ଥିତ କମାରଖଣ୍ଡି ଛକରେ ଶ୍ରୀଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ଅଟକି ଯାଇଥିଲା । ସେତିକିବେଳେ ଶ୍ରୀଜୀଉଙ୍କ ଅନନ୍ୟ ସେବକ କୈବର୍ତ୍ତ ସମାଜ ପ୍ରଭୁଙ୍କ ନିକଟରେ ଚୁଡାଘଷା ନୈବେଦ୍ୟ ଅର୍ପଣ ପୂର୍ବକ ଶ୍ରୀଜୀଉଙ୍କ କୃପା ଭିକ୍ଷା କରିଥିଲା । ମାହଲ ପଣ୍ଡା ନୃଦିଂହ ପ୍ରସାଦ ପତ୍ରୀ ରୀତିନୀତି ସହ ଶ୍ରୀଜୀଉଙ୍କ ପୂଜାବିଧି ସମ୍ପାଦନ କରିଥିଲେ । ସେହି ସମୟରେ କୈବର୍ତ୍ତ ସମାଜର ଜିଲ୍ଲା ସଭାପତି ଡଃ. ଲକ୍ଷ୍ମଣ ବେହେରା, ସମ୍ପାଦକ ବ୍ରହ୍ମାନନ୍ଦ ବେହେରା, କୋଷାଧ୍ୟକ୍ଷ କୁଳମଣୀ ବେହେରା, ସୁରେନ୍ଦ୍ର ବେହେରା, ବିଜୟ ବେହେରା, ଇଂ ବିଷ୍ଣୁ ବେହେରା, ଦିଲ୍ଲିପ ମହାପାତ୍ର, ଦିବାକର ବେହେରା, ଫକିର ବେହେରା ଓ ସଚ୍ଚିଦାନନ୍ଦ ବେହେରାଙ୍କ ସମେତ କୈବର୍ତ୍ତ ସମ୍ପ୍ରଦାୟର ବହୁ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।