ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଭାବେ ଆୟୁଶି ପତିଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର, (ଦେବଦତ୍ତ ମହାରଣା):ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଭାବେ ଆୟୁଶି ପତି ଦୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୯ ବ୍ୟାଚର ଓଏଏସ ଅଫିସର ଅଟନ୍ତି । ସେ ଗଂଜାମ ଜିଲ୍ଲାରେ ପ୍ରଥମ ଭାବେ ଏହି ଦାୟିତ୍ୱ ତୁଲାଇ ନିଜର ଚାକିରୀ କାଳ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଣୁ ଗଂଜାମ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ବିଭାଗର ସମସ୍ତ କାର୍ଯ୍ୟ କରାଯିବ ବୋଲି ସେ କହିବା ସହିତ ବିପର୍ଯ୍ୟୟ ସମୟରେ ସଠିକ୍ ଭାବେ ବିଭାଗ ପକ୍ଷରୁ ଲୋକେ ସେବା ପାଇବେ ସେଥି ନିମନ୍ତେ କାମ କରିବି ବୋଲି ନିଜ ପ୍ରତିକ୍ରୀୟା ସେ କହିଛନ୍ତି ।