ଲାୟନ୍ସ କ୍ଲବ ନୟାପଲ୍ଲୀର ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆନ୍ତର୍ଜାତିକ କ୍ଷେତ୍ରରେ ଲାୟନ୍ସ କ୍ଲବ ଇଣ୍ଟରନ୍ୟାସନାଲର ସେବାମୂଳକ କାର୍ଯ୍ୟ ଏକ ମାଇଲ ଖୁଣ୍ଟ ସଦୃଶ । ଉକ୍ତ ସଂସ୍ଥା ବର୍ଷର ପ୍ରଥମ ଦିନ ଜୁଲାଇ ମାସର ୧ ତାରିଖରୁ ଆରମ୍ଭ ହୁଏ ଏବଂ ଏହିଦିନ ସାରା ପୃଥିବୀର ପ୍ରାୟ ୫୦ ହଜାର କ୍ଲବର ୧୫ ଲକ୍ଷ ସଭ୍ୟ ସମାଜ ପାଇଁ କିଛି ନା କିଛି ସେବା କାର୍ଯ୍ୟ କରିଥାନ୍ତି ।୧୦୬ବର୍ଷର ଉକ୍ତ ଦିନଟି ଚିରସ୍ମରଣୀୟ ଏବଂ ପ୍ରତ୍ୟେକ ଲାୟନ୍ସ ବନ୍ଧୁମାନଙ୍କ ପାଇଁ ଏହା ଏକ ଗର୍ବର ଦିନ । ନୟାପଲ୍ଲୀ କ୍ଲବର ସଭ୍ୟବୃନ୍ଦ ପାହାଳଠାରେ ବୃକ୍ଷରୋପଣ, ଡାକ୍ତରଙ୍କ ସମ୍ମାନ ଦିବସରେ ସମ୍ମାନ ପ୍ରଦାନ ଏବଂ ନିଆଳିସ୍ଥିତ ନିରତାର ଚିକିତ୍ସାଳୟରେ ଅସହାୟଙ୍କୁ ଦଶହଜାର ଟଙ୍କା ପ୍ରଦାନ କରି ଏକ ଉଦାହରଣ ପାଲଟିଛନ୍ତି । ସଭାପତି ଟି. ରବିକୁମାର ପାତ୍ର, ସମ୍ପାଦିକା ସଂଯୁକ୍ତା ପାତ୍ର, ଏ.କେ ସାରଦା, ଡାକ୍ତର ବିଶ୍ୱନାଥ ପଟ୍ଟନାୟକ, ଅକ୍ଷୟ ଖଣ୍ଡେଲୱାଲ, କୁନାଲ କିଶୋର ଦାସ ଏବଂ ଅନେକ ସଭ୍ୟବୃନ୍ଦଙ୍କ ମିିଳିତ ଉଦ୍ୟମରେ ଉକ୍ତ ସେବାକାର୍ଯ୍ୟ ସମାପନ ହୋଇଥିଲା । ଏଲ୍‌.ଜି କନ୍‌ଭେନସନ ମଣ୍ଡପଠାରେ ବୃକ୍ଷରୋପଣ, ଡଃ ବିଶ୍ୱନାଥ ପଟ୍ଟନାୟକ, ଡଃ ଧୀରେନ୍ଦ୍ର ମହାପାତ୍ର ଏବଂ ଡଃ ଚତୁର୍ଭୁଜ ଭୂୟାଁଙ୍କୁ ସମ୍ମାନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଗୋଡ଼ କଟି ଯାଇଥିବା ଅସହାୟ ଶ୍ରୀ ପ୍ରସନ୍ନ କୁମାର ରାଉତଙ୍କୁ ଦଶହଜାର ଟଙ୍କା ସାହାଯ୍ୟ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଲାୟନ ଅଶୋକ ସାରଦା ଏବଂ ଡଃ ବିଶ୍ୱନାଥ ପଟ୍ଟନାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ