ଗିରଫ ଭୟରେ ବିଦ୍ୟାଭାରତୀଙ୍କ ଆତ୍ମ ଗୋପନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡିଶାର ବହୁ ଚର୍ଚ୍ଚିତ ଗଜପତି ଜିଲ୍ଲାର ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ତଥା ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ୩ ଜଣଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା (ଏନବିଡ଼ବ୍ଲୁ) ପାରଳାଖେମୁଣ୍ଡି ଏସଡିଜେଏମଙ୍କ କୋର୍ଟ ଦ୍ୱାରା ସମନ ଜାରି ହୋଇଛି. ଏହି ସମନ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭରତୀ ରହୁଥିବା କପ୍ତିପଦା ଥାନାକୁ କୋର୍ଟ ତରଫରୁ ଯାଇଛି. ଵିଦ୍ୟାଭାରତୀ ଏହି ଏନବିଡ଼ବ୍ଲୁ ଦ୍ୱାରା ଗିରଫ ହେବା ନିଶ୍ଚିତ ଥିବାରୁ ଭୟରେ ବିଦ୍ୟାଭାରତୀ ଆତ୍ମଗୋପନ କରିଥିବା ସୂଚନା ମିଳିଛି. ପାରଳାଖେମୁଣ୍ଡି ଏସଡିଜେଏମଙ୍କ ସମନ ଜାରି ପରେ କପ୍ତିପଦା ପୋଲିସ ଥାନା ତରଫରୁ ଗତ ୩ ଦିନ ତଳେ ବିଦ୍ୟାଭାରତିଙ୍କ କପ୍ତିପଦା ଠାରେ ଥିବା ନିଜସ୍ଵ ବାସ ଭବନକୁ ପୋଲିସ କୋୖର୍ଟର ସମନ ଦ୍ୱାରା ପହଞ୍ଚିଥିଲେ. ହେଲେ ବିଦ୍ୟାଭାରତୀ ତାଙ୍କ ଘରେ ନଥିବା ଏବଂ ତାଙ୍କର କୌଣସି ପତ୍ତା ମିଳି ନ ଥିଲା. ଏହାପରେ ପୋଲିସ ବିଦ୍ୟାଭାରତୀ ବର୍ତ୍ତମାନ ପ୍ରାଣୀଧନ ଏଲଆଇ ଭାବେ କାର୍ଯ୍ୟରତ ନୂଆଗାଁ କାର୍ଯ୍ୟାଳୟରେ ପହଞ୍ଚି ଥିଲେ. ହେଲେ ସେଠାରେ ମଧ୍ୟ ଵିଦ୍ୟାଭାରତୀଙ୍କ କୌଣସି ପତ୍ତା ମିଳିନଥିଲା. ବିଦ୍ୟାଭାରତୀ ଗତ ୨୮ ତାରିଖ ଠାରୁ ଛୁଟି ନେଇ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ପ୍ରାଣୀଧନ ଅଧିକାରୀ ପୋଲିସକୁ ସୂଚନା ଦେଇଥିବା ଜଣା ଯାଇଛି. ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଗିରଫ ପରୱାନା ଦ୍ୱାରା ନିଶ୍ଚିତ ଗିରଫ ହେବା ଭୟରେ ଏପରି ଭାବେ ଆତ୍ମ ଗୋପନ କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି.


