ବିଜେପିରେ ଯୋଗଦେଇ ନାହିଁ, ବିଜେଡିରେ ଅଛି ରହିଥିବି -ବିଜୟ ଗମାଙ୍ଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ବିଜୟ ଗମାଙ୍ଗ କହିଛନ୍ତି ଯେ, ବିଜେପି ଦଳରେ ମୁଁ କେବେ ବି ଯୋଗ ଦେଇନାହିଁ. ମୁଁ ବିଜୁ ଜନତା ଦଳର ବହୁ ପୁରାତନ ଶୃଙ୍ଖଳିତ କର୍ମୀ. ବିଜୁ ଜନତା ଦଳର ସକ୍ରିୟ ସଦସ୍ୟ ଏବଂ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଜଣେ ଟାଣୁଆ ନେତା ଭାବେ ପରିଚିତ ଦଳରେ ଅଛନ୍ତି ଏବଂ ଭବିଷ୍ୟତରେ ରହିବେ ଏବଂ ଦଳ ପରିବର୍ତନ କରିନାହାନ୍ତି. ଆଜି ସେ ପାରଳାଖେମୁଣ୍ଡିରେ ଏହି ସମ୍ପର୍କରେ ଗଣମାଧ୍ୟମକୁ ସ୍ପଷ୍ଟିକରଣ ଦେବା ସହ କହିଛନ୍ତି କି ସେ ଭାଜପା ଯୋଗ ଦେଇଛନ୍ତି ବୋଲି କିଛି ଭୁଲ ତଥ୍ୟ ଉଦ୍ଧେଶ୍ୟ ମୂଳକ ଭାବେ ସୋସିଆଲ ମିଡିଆରେ ଅଣାଯାଇଛି । ଗତ ଶୁକ୍ରବାର ଦିନ ଗୁମ୍ମା ବ୍ଲକ କୁ ଆସିଥିଲେ ଭାଜପାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ଉକ୍ତ ନେତାଙ୍କ ସହ ତାଙ୍କର ଅନେକ ବର୍ଷର ବ୍ୟକ୍ତିଗତ ସମ୍ପର୍କ ରହିଥିବା ଯୋଗୁଁ ଜଣେ ବନ୍ଧୁଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ବୋଲି ବିଜୟ ଗୋମାଙ୍ଗ କହିଛନ୍ତି । ରାଜନୈତିକ ଉଦ୍ଧେଶ୍ୟରେ ବିଭ୍ରାଟ ସୃଷ୍ଟି କରିବା ଉଦ୍ଧେଶ୍ୟରେ ତାଙ୍କର କିଛି ରାଜନୈତିକ ପ୍ରତିଦ୍ଵନ୍ଦୀ ଜୁଏଲ ଓରାମଙ୍କ ସହ ତାଙ୍କ ଫୋଟ ମନ୍ଦ ଉଦ୍ଧେଶ୍ୟରେ ପ୍ରସାରିତ କରିଥିଲେ । ମୁଁ ନବୀନ ପଟ୍ଟନାୟକଙ୍କ ସହ ଅଛି ଏବଂ ବିଜେଡ଼ି ରେ ରହିବି ବୋଲି ଏସଡ଼ିସି ସଦସ୍ୟ ବିଜୟ ଗୋମାଙ୍ଗକହିଛନ୍ତି । ଆଜି ଏହି ସାମ୍ବାଦିକ ସମ୍ମିଳନୀ ବେଳେ ଡଃ ତିରୁପତି ପାଣିଗ୍ରାହୀ,ବିଜେଡ଼ି ଯୁବନେତା ଇଂ . ରୂପେଶ ପାଣିଗ୍ରାହୀ,ଏସଡ଼ିସି ସଦସ୍ୟ ଯେମସ ରାଇକା, ବିଜେଡ଼ି ରାଜ୍ୟ ସମ୍ପାଦକ ବସନ୍ତ ଦାସ ଓ ଆରଏମସିଏସ ସଭାପତି ଏସ. ଗଜପତି ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ