ଖୁବ୍ ଶୀଘ୍ର ହେବ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ
ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ହୋଇପାରେ ୪ ନିର୍ଭୟା ଗଣଦୁଷ୍କର୍ମକାରୀ ତଥା ହତ୍ୟାକାରୀଙ୍କୁ ଫାଶୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଫାଶୀ ଦିଆଯିବା ଲାଗି ଦିଲ୍ଲୀ ତିହାର ଜେଲ୍ ଉତ୍ତର ପ୍ରଦେଶର ମିରଟ୍ ଜେଲରୁ ଜଣେ ଘାତକ ମଗାଯାଇଛି। ଏଥିପାଇଁ ଅବସରପ୍ରାପ୍ତ ସେନା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।
ମିଳିଥିବା ଖବର ଅନୁସାରେ, ଏହି ମାମଲାର ଚାରି ଦୋଷୀ ବହୁତ ଚିନ୍ତାରେ ଅଛନ୍ତି। ସେମାନଙ୍କୁ ଆଉ କୌଣସି କାମ କରିବା ପାଇଁ ଦିଆଯାଉନାହିଁ। ଦୋଷୀମାନେ ଗଣମାଧ୍ୟମରେ ଚାଲିଥିବା ଫାଶୀ ଖବରକୁ ନେଇ ସମ୍ପୂର୍ଣ୍ଣ ଭୟଭୀତ ହୋଇପଡ଼ିଛନ୍ତି। ଏହି ଚାରିଜଣଙ୍କ ଉପରେ ସିସିଟିଭି ଓ ଜେଲର ସୁରକ୍ଷାକର୍ମଚାରୀଙ୍କ ଆଧାରରେ ୨୪ଘଣ୍ଟା ନଜର ରଖାଯାଉଛି। ସମୟ ସମୟରେ ଡାକ୍ତର ଡକାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଖୁବ୍ ଦିନ ମଧ୍ୟରେ ଏମାନେ ଫାଶୀଖୁଣ୍ଟରେ ଝୁଲିବେ। ପ୍ରକାଶ ଥାଉ କି ମାମଲାର ଅନ୍ୟତମ ଦୋଷୀ ପଓ୍ଵନଗୁପ୍ତକୁ ଗତ ରବିବାର ମଣ୍ଡୋଲି ଜେଲରୁ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଛି। ଏହି ମାମଲାର ଅନ୍ୟ ତିନି ଦୋଷୀ- ଅକ୍ଷୟ ଠାକୁର, ମୁକେଶ ସିଂହ ଏବଂ ବିନୟ ଶର୍ମା ପୂର୍ବରୁ ତିହାର ଜେଲରେ ଅଛି। ଏହି ଚାରି ଦୋଷୀଙ୍କ ଉପରେ ୨୪ଘଣ୍ଟା ନଜର ରଖାଯାଉଛି।


