ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଅପରାହ୍ନରେ ଗୁମ୍ମା ବ୍ଲକ୍ ସ୍ଥିତ ଅନୁକୁଣ୍ଡାଗୁଡ଼ା ଆବାସିକ ବାଳିକା ସେବାଶ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ସୁନୀ ବଡମୁଣ୍ଡିଙ୍କ ତତ୍ତ୍ଵାବଧାନରେ ୩୦ ଗୋଟି ସ୍ଥlୟୀ ବାରମାସୀ ଗଛ ରୋପଣ କରାଯାଇଥିଲା। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବୃକ୍ଷ ହିଁ ଜୀବନ ଉପରେ ଆଧାରିତ ବକୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତା ପ୍ରଗତି ମହିଳା ସଂଗଠନର ସମ୍ପାଦିକା ତନୁଜା ଶତପଥୀଙ୍କ ଦ୍ଵାରା (କନିଷ୍ଠ/ବରିଷ୍ଠ ବର୍ଗରେ) ଅନୁଷ୍ଠିତ ହୋଇଥିଲା । ବିଜୟୀ ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ, ବିଚିତ୍ରାନନ୍ଦ ବେବର୍ତ୍ତା ,ମୁଖ୍ୟ ବକ୍ତା ପଣ୍ଡିତ ନରସିଂହ ଗୌଡ଼, ସମ୍ମାନିତ ବକ୍ତା ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ(ପୁରୀ), ସଂଯୋଜକ ଲୋକନାଥ ମିଶ୍ର, ଉପ-ସଭାନେତ୍ରୀ ମାନସୀ ପଣ୍ଡା ଯୋଗ ଦେଇ ବୃକ୍ଷର ମାହାତ୍ମ୍ୟ ସମ୍ପର୍କରେ ପିଲାଙ୍କୁ ବୁଝାଇଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ପ୍ରଗତିର ସଭାନେତ୍ରୀ ତଥା ବରିଷ୍ଠ ଶିକ୍ଷୟତ୍ରୀ କଳ୍ପନା ପଟନାୟକ ପରିଚାଳନା କରିଥିଲେ।