ସିନ୍ଦୁରାପଲ୍ଲୀ ଠାରେ ଜିଲ୍ଲାସ୍ତରୀୟ ୭୪ତମ ବନ ମହୋତ୍ସବ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ଶୁକ୍ରବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ସିନ୍ଦୁରାପଲ୍ଲୀ ଠାରେ ଜିଲ୍ଲାସ୍ତରୀୟ ୭୪ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ଡ଼ିଏଫଓ ସନି ଖୋକରଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପରିଷଦ ର ମୁଖ୍ୟ ଉନୟନ ଅଧିକାରୀ ଭି.କୀର୍ତିଭାସନ ୱ ଯୋଗଦେଇ ଉଦଘାଟନ କରିବା ସହିତ ବୃଷ ରୋପଣ କରିଥିଲେ, ଏହି ସହିତ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଖଣ୍ଡଦେଉଳି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ତଥା ଇକୋ କ୍ଳବ ର ମୁଖ୍ୟ ଡ଼ଃ ଶଙ୍କର ନାରାୟଣ ବେଜ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଘୁମୁସର ଉତ୍ତରାଞ୍ଚଳ ସୁଦର୍ଶନ ବେହେରା ଙ୍କ ସମେତବନ ବିଭାଗ ର ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ବନ ମହୋତ୍ସବ ସମ୍ପର୍କ ରେ ସଚେତନତା କରାଇଥିଲେ,ଏହି କାର୍ଯ୍ୟକ୍ରମ ୪ ହେକ୍ଟର ଜାଗାରେ ବିଭିନ୍ନ ପ୍ରକାର ଗଛ ସହ ବିରଳ ପ୍ରଜାତିର ଗଛ ଲଗାଯିବ l ଏହା ସହିତ ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭାରମ୍ଭ ହୋଇଥିଲା l ଏହି ଯାନ ବ୍ରହ୍ମପୁର ବନ ବିଭାଗ ଅଧିନରେ ଥିବା ସମସ୍ତ ଅଞ୍ଚଳକୁ ବୁଲି ବୁଲି ସଚେତନା କରିବା ସହ ଏକ ଟଙ୍କାରେ ଚାରା ପ୍ରଦାନ କରିବ l ଶେଷରେ ବିଭିନ୍ନ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟ ରେ ବ୍ରହ୍ମପୁର ବନ ବିଭାଗ ର ଏସିଏଫ ରୁଦ୍ର ପ୍ରସାଦ ରଥ,ଘୁମୁସର ଦକ୍ଷିଣାଞ୍ଚଳ ଏସିଏଫ ରଜତ କୁମାର,ବ୍ରହ୍ମପୁର ଭାରପ୍ରାପ୍ତ ରେଞ୍ଜର ମନୋଜ କୁମାର ପାତ୍ର,ଛତ୍ରପୁର ବନ ଅଧିକାରୀ ଗିରିଶ ରୟ, ବ୍ରହ୍ମପୁର ବନ ଅଧିକାରୀ ବାବୁ ସେଠି ଓ ହିଞ୍ଜିଳିକାଟୁ ବନ ଅଧିକାରୀ ଘରମଣୀ ପାଣିଗ୍ରାହୀ ଙ୍କ ସମେତ ବନ ବିଭାଗ ର ବହୁ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ