ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଅହଲ୍ୟା ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜୁଲାଇ ୭ ତାରିଖ ଦିନ ବନମହୋତ୍ସବ ପାଳନ ହୋଇଯାଇଛି। ନୂତନ ଭାବେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ଯେଉଁ ଛାତ୍ରୀମାନେ ନାମ ଲେଖାଇଲେ ସେମାନଙ୍କୁ ଗୋଟିଏ ଲେଖାଏ ଚାରା ପ୍ରଦାନ କରି ତାହାକୁ ବଞ୍ଚାଇ ବଡ ବୃକ୍ଷରେ ପରିଣତ କରିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା। ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ଡକ୍ଟର ବ୍ରଜ କିଶୋର ପାଢ଼ୀ, ପ୍ରତିଷ୍ଠାତା ବୃନ୍ଦାବନ ମହାନ୍ତି, ଅଧ୍ୟାପକ ଦେବବ୍ରତ ପାତ୍ର, ଅଧ୍ୟାପିକା ପ୍ରମିଳା ବେହରା ଓ ରୂପାଲି ସ୍ବାଇଁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ