ହାଟଡିହିରେ ଫାଇଲେରିଆ ରୋଗ ନିରାକରଣ ପ୍ରଶିକ୍ଷଣ କର୍ମଶାଳା
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ଡାକ୍ତରଖାନା ପରିସରରେ ଫାଇଲେରିଆ ରୋଗ ନିରାକରଣ କର୍ମାାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଚନ୍ଦନ କୁମାର ସାହୁ, ଏମ.ଟି.ଏସ ମାନସ କୁମାର ସାହୁ, ଏଲ.ଏଚ.ଭି ନିରୁପମା ଦାସ, ପ୍ରମୁଖ ଯୋଗଦେଇ ଫାଇଲେରିଆ ରୋଗ ନିରାକରଣ କାର୍ଯ୍ୟକ୍ରମ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଏହି ଶିବରରେ ଛେନାପଦି, ଦଧିବାବନପୁର, ହାଟଡିହି, ତେନ୍ତୁଲିନଣ୍ଡା, ସୁନ୍ଦରାପାଳ ଆଦି ୫ଟି ସେକ୍ଟରର ଅଙ୍ଗନବାଡି କର୍ମୀ, ଅଙ୍ଗନବାଡି ସହାୟିକା, ଆଶାକର୍ମୀ, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ମାନେ ଯୋଗଦେଇଥିଲେ ।


