ବୋଲବମ୍ ଧ୍ଵନି ରେ ମୁଖରିତ ରାସ୍ତା ଠୁ ଶୈବପୀଠ
ନିମାପଡ଼ା, (ସନ୍ତୋଷ ଦାଶ):ଶ୍ରାବଣ ମାସ ର ପ୍ରଥମ ସୋମବାର ରେ କାଉଡ଼ିଆ ଙ୍କ ବୋଲବମ୍ ଧ୍ଵନି ରେପ୍ରକଂପିତ ହୋଇପଡ଼ିଥିଲା ରାସ୍ତା ଠୁ ଶୈବପୀଠ। ପ୍ରାଚୀ ଉପତ୍ୟକାର କପିଳେଶ୍ୱର, ଗୋକର୍ଣ୍ଣେଶ୍ୱର, ବେଲେଶ୍ୱର, ଶୋଭନେଶ୍ୱର, ରାମେଶ୍ବର, ଅଙ୍ଗେଶ୍ୱର,ଅମରେଶ୍ଵର,ଗ୍ରାମେଶ୍ୱର, ସମେଶ୍ୱର, ସିଦ୍ଧେଶ୍ୱର, ନାଟେଶ୍ୱର, ମୁକ୍ତେଶ୍ଵର, ବ୍ରହ୍ମେଶ୍ୱର ପ୍ରଭୃତି ଶୈବପୀଠ ମାନଙ୍କରେ ଆଜି ପ୍ରାତଃ ରୁ ଲିଙ୍ଗ ଉପରେ ଜଳାଭିଷେକ କରିବାକୁ ପୁରୁଷ, ମହିଳା କାଉଡ଼ିଆ ମାନଙ୍କ ଭିଡ଼ ଲାଗିଥିଲା। କାଉଡ଼ିଆ ମାନେ ବିଭିନ୍ନ ତୀର୍ଥ ରୁ ଶୁଦ୍ଧ ଜଳ ଆଣି ଚାଲି ଚାଲି ଆସି ପହଂଚିଥିଲେ ବିଭିନ୍ନ ଶୈବ ପୀଠ ମାନଙ୍କରେ। କାଉଡ଼ିଆ ମାନଙ୍କ ଜଳାଭିଷେକ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅପର ପକ୍ଷରେ ଗତ କାଲି ଓ ଆଜି ସକାଳୁ ପ୍ରାଚୀ ନଦୀ ର ଗୋ ତୀର୍ଥ, ଅର୍କ ତୀର୍ଥ, ଅଗ୍ନି ତୀର୍ଥ, ମୃତ୍ୟୁ ତୀର୍ଥ, ଅଙ୍ଗ ତୀର୍ଥ, ମଣି କର୍ଣିକା ତୀର୍ଥ, ପାଣ୍ଡବ ତୀର୍ଥ, ସୁଦର୍ଶନ ତୀର୍ଥ, ଅପସରା ତୀର୍ଥ, ମୁକ୍ତି ତୀର୍ଥ, ଋଷି ତୀର୍ଥ, ନୃତ୍ୟ ତିର୍ଥ ପ୍ରଭୃତିସ୍ଥାନ ରେ କାଉଡ଼ିଆ ମାନଙ୍କ ଭିଡ଼ ଲାଗିଥିଲା ସେଠାରୁ ପବିତ୍ର ପୁଣ୍ୟତୋୟା ପ୍ରାଚୀନଦୀର ଜଳ ନେବାକୁ।କାଉଡ଼ିଆ ମାନଙ୍କ ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିଲା।