ଡ଼ଃ.ପି.କେ.ଦାଶ, ଆଇ.କିୟୁ.ଏ.ସି. ସଂଯୋଜକ ମନୋନୀତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜର ଆଇ.କିୟୁ.ଏ.ସି. ସଂଯୋଜକ ଭାବେ ଅଧ୍ୟାପକ ଡକ୍ଟର ପି.କେ.ଦାଶ ମନୋନୀତ ହୋଇଥିବା ଜଣାପଡିଛି। ପୂର୍ବତନ ସଂଯୋଜକ ଅଧ୍ୟାପକ ପ୍ରଭଞ୍ଜନ ମୁନୀ ଅବସର ଗ୍ରହଣ କରିବା ପରେ ଆଇକିୟୁଏସି ସଂଯୋଜକ ପଦବୀ ଖାଲି ରହିଥିଲା। ଜୁଲାଇ ୧୨ ତାରିଖ ଦିନ କଲେଜ ପ୍ରିନ୍ସପାଲ ହରିକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇ ସର୍ବସମ୍ମତି କ୍ରମେ ଅଧ୍ୟାପକ ଡକ୍ଟର ପି.କେ.ଦାଶ ଆଇକିୟୁଏସି ସଂଯୋଜକ ଭାବେ ମନୋନୀତ ହୋଇଥିଲେ। ପୂର୍ବରୁ ଅଧ୍ୟାପକ ଆତ୍ମପ୍ରକାଶ ନାୟକ ସହ ସଂଯୋଜକ ଭାବେ ମନୋନୀତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ