କ୍ଲଷ୍ଟର ଲେବୁଲ ସେୟାରିଂ ମିଟିଙ୍ଗର ସମୟ ପରିବର୍ତ୍ତନ କରିବାକୁ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓସେପା ତରଫରୁ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପ୍ରତ୍ୟେକ ମାସର ତୃତୀୟ ଶନିବାର ଦିନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଏକ କ୍ଲଷ୍ଟର ଲେବୁଲ ମିଟିଂ କରିବାକୁ ପତ୍ର ସଂଖ୍ୟା ୩୦୭୮/ପିିଇଡି ୨୩୦୧୧୩୧୦୭/୨୦୨୩ରିଖରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଲଷ୍ଟର ଲେବୁଲ ମିଟିଂରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଶିକ୍ଷା ଶାସ୍ତ୍ରଜ୍ଞାନ (ପେଡ଼ାଲୋଜିକାଲ) ଆଲୋଚନା ଆଦାନ ପ୍ରଦାନ କରିବେ । ଯାହାଦ୍ୱାରା ଶିକ୍ଷକମାନଙ୍କ ଶିକ୍ଷା ଶାସ୍ତ୍ରଜ୍ଞାନର (ପେଡ଼ାଲୋଜିକାଲ) ବିକାଶ ଘଟିବ ଓ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନରେ ସହାୟକ ହେବ । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ଓସେପା ତରଫରୁ ଯେଉଁ ସମୟ ନିର୍ଘଣ୍ଟ କରାଯାଇଛି, ତାହାକୁ ନେଇ ଶିକ୍ଷକ ଶିକ୍ଷୟତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଶିକ୍ଷକମାନେ ସକାଳ ୬.୩୦ ମିନିଟ୍‌ରେ ବିଦ୍ୟାଳୟକୁ ଆସି ଦିବା ୧୨ ଘଟିକାରେ ବିଦ୍ୟାଳୟରୁ ଯିବେ । ତା’ପରେ ଅପରାହ୍ଣ ୧ଘଟିକାରେ କ୍ଲଷ୍ଟର ଲେବୁଲ ସେୟାରିଂ ମିଟିଂରେ ଯୋଗଦେବେ । ଏହା ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଚାଲିବ । ହେଲେ ଶିକ୍ଷକମାନେ କେତେବେଳେ ସେମାନଙ୍କ ମଧ୍ୟାହ୍ଣ ଭୋଜନ ଓ ଅନ୍ୟାନ୍ୟ କାର୍ଯ୍ୟ କରିବେ ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଓସେପାଙ୍କୁ ପ୍ରଶ୍ନ କରିଛନ୍ତି । ବିଦ୍ୟାଳୟ ଛୁଟି କରି ସମସ୍ତ ଶ୍ରେଣୀଗୃହ ଓ ଗେଟ ତାଲା ବନ୍ଦ କରି ଘରକୁ ଫେରି ନିଜ ଘରେ ମଧ୍ୟାହ୍ଣ ଭୋଜନ କରିବାକୁ ୧ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଲାଗିବ । ୧ ଘଣ୍ଟା ଭିତରେ ମଧ୍ୟାହ୍ଣ ଭୋଜନ ସାରି କ୍ଲଷ୍ଟର ଲେବୁଲ ସେୟାର ମିଟିଂରେ ଯୋଗଦେବା ସମ୍ଭବ ନୁହେଁ । ତେଣୁ ଏହି କ୍ଲଷ୍ଟର ଲେବୁଲ ସେୟାରିଂ ମିଟିଂର ସମୟକୁ ଅପରାହ୍ନ ୧ ଘଟିକାରୁ ୩ ଘଟିକା ପରିବର୍ତ୍ତେ ସକାଳ ୧୦.୩୦ରୁ ୧୨.୩୦ ପର୍ଯ୍ୟନ୍ତ କରିବାକୁ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ ଦାବି କରିଛନ୍ତି । ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ସମୟ ପରିବର୍ତ୍ତନ କରିବା ନିମନ୍ତେ ସଂଘ ତରଫରୁ ଅନୁରୋଧ କରଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ