ବାଲିପଦର ଫ୍ରେଣ୍ଡସ୍ କ୍ଳବର ସ୍ଥାୟି ଭବନ ପ୍ରତିଷ୍ଠା ଉତ୍ସବ

ବୁଗୁଡା, (ଅନିଲ କୁମାର ମହାରଣା):ବାଲିପଦର ଠାରେ ୧୯୯୦ ମସିହାରେ ସ୍ବର୍ଗତ ଗୁଡୁଲା ପ୍ରତାପ କୁମାର ପାତ୍ରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇ ବାଲିପଦର ଅଞ୍ଚଳର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ବିକାଶରେ ସହାୟକ ହୋଇ ଥିବା “ବାଲିପଦର ଫ୍ରେଣ୍ଡସ୍ କ୍ଳବ” ନିଜ ସଦସ୍ଯ ମାନଙ୍କ ଉଦ୍ୟମରେ ଏକ ସ୍ଥାୟି ଗୃହ ନିର୍ମାଣ କରି ଆଜି ସମସ୍ତ ସଦସ୍ଯ ଓ ଅତିଥି ମାନଙ୍କ ଗହଣରେ ପୁରୋହିତ ପ୍ରଦିପ କୁମାର ଖାଡଙ୍ଗା ପ୍ରତିଷ୍ଠା କରିଛନ୍ତି। ଉପଦେଷ୍ଟା ଜି. ସଞ୍ଜିବ କୁମାର ପାତ୍ର, ଜି. ମନୋଜ କୁମାର ପାତ୍ର, ସଭାପତି ଦେବଦତ୍ତ ରଣା, ସଂପାଦକ ରାଜେନ୍ଦ୍ର କୁମାର ମହାରଣା କାର୍ଯ୍ୟକାରୀ ସଦସ୍ଯ ସନ୍ୟାସୀ ମହାରଣା, ବାଳକୃଷ୍ଣ ବିଷୋୟୀ, କେ.ବାରାନିଧି ପାତ୍ର, ଡି.ଗୋପାଳ ଆଚାରୀ, ଏ.ସୁଧାକର ପାତ୍ର, ଜି.ଅରବିନ୍ଦ ପାତ୍ର, ସନ୍ତୋଷ କୁମାର ପାଣିଗ୍ରାହୀ, ମୋଚିରାମ ସାହୁ, ଅଜିତ୍ କୁମାର ମହାରଣା, ପୃଥ୍ୱୀରାଜ ସାହୁ, ଜେ. ସତ୍ଯ ନାରାୟଣ ଆଚାରୀ ପ୍ରମୁଖ ସଦସ୍ଯ ମାନେ ଫ୍ରେଣ୍ଡସ୍ କ୍ଳବର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ। କ୍ଳବର ପଞ୍ଜିକୃତ ନମ୍ବରରେ ସ୍ବର୍ଗତ କେ. ମାରୁତି ପାତ୍ରଙ୍କ ତତ୍ବାବଧାନରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇ ଦୀର୍ଘ ତିରିଶ ବର୍ଷ ଧରି ଅଞ୍ଚଳର ଉଚ୍ଚ ଶିକ୍ଷାର ବିକାଶ ଘଟି ଥିବାରୁ ଫ୍ରେଣ୍ଡସ୍ କ୍ଳବକୁ ଭୂୟସୀ ପ୍ରଶଂସା କରାଯାଇଥିଲା। ଅତିଥି ଭାବେ ବୁଗୁଡା ବ୍ଳକ ଚେୟାରମ୍ୟାନ କେ. ପ୍ରିୟଦର୍ଶିନୀ ଆଚାରୀ, ବାଲିପଦର ସରପଂଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ, ବଣିକ ସଂଘ ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଇଂ. ବିପ୍ର ଚରଣ ପାତ୍ର, ଉତ୍କଳ କଳା ପରିଷଦ ସଭାପତି ଜି. ରାଜେଶ୍ବର ପାତ୍ର, “ଘୁମୁସର ର ସ୍ବର”ର ସଭାପତି ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର, ସମାଜସେବୀ ଜି. ଅଭୟ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଫ୍ରେଣ୍ଡସ୍ କ୍ଳବର କାର୍ଯ୍ୟ ଧାରାକୁ ପ୍ରଶଂସା କରି କ୍ଳବର ଉନ୍ନତି କାମନା କରିଥିଲେ। ଜଗାବଳିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ