ଯୁବ ରେଡକ୍ରସ ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ନରେନ୍ଦ୍ର ପୁର କ୍ଷେତ୍ରମୋନ ବିଜ୍ଞାନ ମହାବଦ୍ୟାଳୟ ରେ ଯୁବ ରେଡକ୍ରସ୍ ଆନୁକୁଲ୍ୟରେ ବୁଧବାର ଦିନ ବନ ମହୋତ୍ସବ ପାଳନ ହୋଇଯାଇଅଛି। ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପାଳ ଙ୍କ ନିର୍ଦ୍ଦେଶରେ ପରାମର୍ଶ ଦାତା ପ୍ରସାନ୍ତ କୁମାର ନାୟକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଡ଼. ପାଳ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶିବ ପ୍ରସାଦ ଦାଶ ଓ ଓଡିଶା ପରିବେଶ ସମିତିର ସଦସ୍ୟ ସୁକାନ୍ତ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବରିଷ୍ଠ ପ୍ରାଧ୍ୟାପକ ଡ଼. ସତୀଶ ପ୍ରସାଦ ନାୟକ, ବିଜୟ କୁମାର ଖଟେଇ , ଡ଼. ହୃଷୀକେଶ ପଣ୍ଡା, ବାବୁଲା କୁମାର ନାୟକ , ରାଜୁ ନାୟକ , ପଦ୍ମ ଚରଣ ଦାଶ, ଚାନ୍ଦିନୀ ମହାରଣା, କାହ୍ନୁ ଚରଣ ବେହେରା , ପ୍ରବୀଣ ମହାନ୍ତି ଓ ଯୁବ ରେଡକ୍ରସ୍ ର ସ୍ଵେଚ୍ଛାସବୀ ମାନେ ବୃକ୍ଷ ରୋପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ