ହିଞ୍ଜିଳିକାଟୁରେ ମାନବ ଅଧିକାର ଦିବସ ପାଳିତ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍): ହିଂଜିଳିକାଟୁ ପଂଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ସ୍ଥାନୀୟ ଆଇନ ସଚେତନା କମିଟି ପକ୍ଷରୁ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଜେଏମଏଫସି ନ୍ୟାୟଳୟର ବିଚାରପତି ସୁଶ୍ରୀ ରାଜଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଆଇନ ସଚେତନତା କମିଟି ସଦସ୍ୟ ଦ୍ୱିତୀକୃଷ୍ଣ ସାବତ, ଭୂବନେଶ୍ୱର ନାୟକ, ଆଇନଜୀବି ଜଗତ ମୋହନ ସାହୁ ପ୍ରମୁଖ ମଂଚାସିନ ଥିଲେ । ଅତିଥି ବୃନ୍ଦ ମାନବ ଅଧିକାର ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସିଡ଼ିପିଓ ଶୁଭଶ୍ରୀ ପାତ୍ର, ଆଇନଜୀବି ନୃସିଂହ ପ୍ରସାଦ ପଟ୍ଟନାୟକ, ଶାନ୍ତନୁ ପୋଲାଇ, ବଂଶୀଧର ସାହୁ, ସୁଶାନ୍ତ ପାଣିଗ୍ରାହୀଙ୍କ ସମେତ ସ୍ଥାନୀୟ ସହରର ବହୁ ବୁଦ୍ଧିଜୀବି ଓ ବହୁ ଓକିଲ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ -ଶେଷଦେବ ସାହୁ