ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଉପକଣ୍ଠସ୍ଥ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଛତ୍ରପୁର ଫଟୋଗ୍ରାଫର ସଂଘ (ସିପିଏ) ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ଉତ୍ସାହର ସହ ପାଳନ କରାଯାଇଛି। ଏହି ଅବସରରେ ସଂଘର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମା’ ରାମଚଣ୍ଡୀଙ୍କ ଆଶୀର୍ବାଦ କାମନା କରାଯିବା ସହ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଯାଇଥିଲା। ଡିଜିଟାଲ ଯୁଗ ସହ ତାଳ ମେଳାଇ ବୈଷୟିକ ଦକ୍ଷତା ବୃଦ୍ଧି କରିବା, ଆଧୁନିକ ଫଟୋଗ୍ରାଫି କୌଶଳ ଅଧିଗମ କରିବା ଏବଂ ସଂଘକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଲୋଚନା ହୋଇଥିଲା। ସମସ୍ତ ସଦସ୍ୟ ସଂଘର ଉନ୍ନତି ଓ ଏକତା ବଜାୟ ରଖିବା ସହ ନୂତନ ପିଢ଼ିର ଫଟୋଗ୍ରାଫରମାନଙ୍କୁ ପ୍ରୋତ୍ସାହନ ଦେବା ଉପରେ ମତ ପ୍ରକାଶ କରିଥିଲେ। ଶେଷରେ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ସମସ୍ତ ସଦସ୍ୟ କେକ୍ କାଟି ନିଆରା ଢଙ୍ଗରେ ଉତ୍ସବ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ତଥା କୋଷାଧ୍ୟକ୍ଷ ଗିରୀଶ ମୋହନ ପାତ୍ରଙ୍କ ସମେତ ଲଳିତ କୁମାର ନାଇଡୁ, ବିନୋଦ ବେହେରା, ଲକ୍ଷ୍ମୀନାରାୟଣ ବେହେରା, ହରଗୋପାଳ, କୁଲୁ, ଅଶ୍ୱିନ କୁମାର ଚୌଧୁରୀ, ଅଭି, ପି. ଗୁ୍ରେୟା , କାମାକ୍ଷା ପ୍ରସାଦ ପଣ୍ଡା,ଉମାଶଙ୍କର, ଗିରି, ସାନୁ ନାୟକ, ଆର୍.ଆର୍. ଫଟୋଗ୍ରାଫି, ନରେନ୍ଦ୍ର ନାୟକ, ଲୋକନାଥ ମହାରଣା ଏବଂ ଦିଲ୍ଲୀପ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ