ଓଡିଶା ବିଧାନସଭା ଗୃହ କମିଟିର ଆସିକା ଗସ୍ତ

ଆସିକା  (ୱାଇଏନ୍‍ଏସ୍‍): ଓଡିଶା ବିଧାନସଭା ଗୃହକମିଟି (ଉପସ୍ଥାପନ)ର ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍‍ଙ୍କ ନେତୃତ୍ୱରେ ଆସିକା ବିଧାୟକ ସରୋଜ କୁମାର ପାଢୀ, ସୋରଡା ବିଧାୟକ ନିଳମଣୀ ବିଷୋୟୀ, ଫୁଲବାଣୀ ବିଧାୟକ ଉମାଚରଣ ମଲିକ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗୋ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ପ୍ରମୁଖ ଗୁରବାର ଆସିକା ଗସ୍ତରେ ଆସି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ସମସ୍ୟା ସଂପର୍କରେ ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି । । ଓଡିଶା ବିଧାନସଭାର ଗୃôହକମିଟିରେ ଆସିଥିବା ସଦସ୍ୟମାନେ ଆସିକା ପୌର ପରିଷଦର ୧୩ ନମ୍ବର ୱାର୍ଡ ଅଧୀନସ୍ଥ ଲକ୍ଷ୍ମୀବଜାର ଏବଂ ବିନାୟକ ବଜାର ଅଞ୍ଚଳରେ ଟିପିସର ନାଳ ନିକଟରେ ହୋଇଥିବା ଜବରଦଖଲ ସ୍ଥିତିର ସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିବା ସାଙ୍ଗକୁ କଳିଙ୍ଗ ରୋଡ-ବାଣିବିହାରକୁ ସଂଯୋଗ କରୁଥିବା ଅସ୍ଥାୟୀ ମାଟିରାସ୍ତାର ନିକଟରେ ଥିବା ଟିପିସର ନାଳ ପରିଦର୍ଶନ, ଋଷିକୁଲ୍ୟା ଓ ବଡନଦୀ ଉପରେ ପାଟଳିଗୁଡା ନିକଟରେ ହେବାକୁ ଥିବା ହାଇଲେବେଲ୍‍ ସେତୁ, ଆସିକା ବାଇପାସ୍‍ ରାସ୍ତା, ମଣ୍ଟାପଡା ଚେକ୍‍ଡ୍ୟାମ୍‍ ଏବଂ କଇଁଫୁଲିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଗୁରବାର ଅପରାହ୍ନରେ ଆସିକା ପୌର ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବିଧାନସଭା ଗୃହ କମିଟିର ଅଧ୍ୟକ୍ଷ ବିଧାୟକ ଲକ୍ଷ୍ମଣ ବାଗ୍‍ ଅଧ୍ୟକ୍ଷତା କରିଥିଲା ବେଳେ ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତୀଭାସନ୍‍, ଭଂଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଆସିକା ତହସିଲଦାର ସଙ୍ଗୀତା ସେଣ, ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ, ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ, ଆସିକା ଥାନା ଅଧିକାରୀ ସୁଧିର କୁମାର ସାହୁ, ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଏବିଡିଓ ସୁଶାନ୍ତ କୁମାର ବେହେରା, ପୁର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ଭଂଜନଗର) ଇଂ ସତ୍ୟରଂଜନ ପରିଡା, ଆସିକା ସେକ୍ସନର ସହକାରୀ ଯନ୍ତ୍ରୀ ଇଂ ରାମକୃଷ୍ଣ ପାଣିଗ୍ରାହୀ, ସୋରଡା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ସଂଜୟ କୁମାର ପ୍ରଧାନ, ସହ-ନିର୍ବାହୀ ଯନ୍ତ୍ରୀ ଇଂ ଦେବେନ୍ଦ୍ର କୁମାର ପ୍ରଧାନ, ସହକାରୀ ଯନ୍ତ୍ରୀ ଇଂ ସୁଶାନ୍ତ କୁମାର ଭୂୟାଁ, ଟିପିଏସ୍‍ଓଡିଏଲ୍‍ର ସର୍ବୋଚ୍ଚ ଯନ୍ତ୍ରୀ ଇଂ ପ୍ରତାପ କେଶରୀ ସାହୁ, ନିର୍ବାହୀ ଯନ୍ତ୍ରୀ (ବ୍ରହ୍ମପୁର) ଇଂ ଚନ୍ଦନ ଦାଶ, ଆସିକା ସେକ୍ସନର ସହକାରୀ ଯନ୍ତ୍ରୀ ଇଂ ରାକେଶ୍‍ କୁମାର ପାତ୍ର, ଆସିକା ପୌର ପରିଷଦର ବ୍ରାଣ୍ଟ ଆମ୍ବାସାଡାର ନିରଞ୍ଜନ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୌରଭ ପ୍ରଧାନ, ଭଂଜନଗର ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ସମେତ ବିଭିନ୍ନ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ଆସିକା ପୌର ପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଧାନସଭା ଗୃହକମିଟିର ଏହି ସମୀକ୍ଷା ବୈଠକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି, ଅଗ୍ରଗତି, କାର୍ଯ୍ୟାନ୍ୱୟନ ସଂପର୍କରେ ଆଲୋଚନା କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ବିଧାନସଭା ଗୃହକମିଟିର ସଦସ୍ୟମାନେ ଗୁରବାର ଅପରାହ୍ନରେ ଆସିକାର ଅଧୀଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ପୀଠରେ ପହଞ୍ଚି ଦର୍ଶନ ଓ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ