ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୈରାଜଜ୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅତିରିକ୍ତ ସ୍ୱତନ୍ତ୍ର ଦୈରାଜଜ୍ ପ୍ରଦୀପ କୁମାର ସାମଲ ଆଜି ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡ ଶୁଣାଇଥିବାର ଜଣାପଡିଛି । ଘଟଣା ପ୍ରକାରେ କାଶୀନଗର ଥାନା ଅନ୍ତର୍ଗତ କେ.ସୀତାପୁର ଗ୍ରାମରେ ଗତ ୨୦୨୧ ମସିହା ସେପ୍ଟମ୍ବର ମାସରେ ଗଣେଶ ପୁଜା ଚାଲିଥିବା ସମୟରେ ଅଭିଯୁକ୍ତ ବି.କିରଣ ସେହି ଗ୍ରାମର ୧୦ବର୍ଷିଆ ବୟସ୍କ ନାବାଳିକାଙ୍କୁ କୌଣସି ପ୍ରଲୋଭନ ଦେଖାଇ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବାର ଅଭିଯୋଗ କାଶୀନଗର ଥାନାରେ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ନିଜେ ତଦନ୍ତ ଭାର ନେଇ ଅନୁସନ୍ଧାନ କରିବା ସହ ପକ୍କା ପ୍ରମାଣ ପାଇ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିଥିଲେ । ଏନେଇ ସେତେବେଳେ ୯୭/୨୧ରେ ଏକ ମାମଲୁ ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ଆଜି ସ୍ୱତନ୍ତ୍ର ଜଜ୍ ଶ୍ରୀ ସାମଲ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡ ଶୁଣାଇଥିବାର ସୂଚନା ପ୍ରଦାନ କରାଯାଇଛି । ଏହି ମାମଲା ସରକାରଙ୍କ ପକ୍ଷରୁ ଶରତ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିବା ବେଳେ ମୁଦାଲା ପକ୍ଷରୁ ବରିଷ୍ଠ ଓକିଲ ଏଲ୍‌.କେ. ଅଧିକାରୀ ପରିଚାଳନା କରିଥିବାର ସରକାରୀ ଓକିଲ ଆର୍‌.ଜନାର୍ଦ୍ଦନ ରାଓ ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ