ଲଗାଣ ବର୍ଷାରେ ଧୋଇଗଲା ଗାର୍ଡୱାଲ୍
ବଡସାହି,(ନିରଞ୍ଜନ ମହାନ୍ତ): ବଡସାହି ବ୍ଳକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ମାଣତ୍ରୀ ଦେଇ ଯାଇଥିବା ଏମ ଡି ଆର 70 ବୈଶିଙ୍ଗାରୁ ଉଦଳା ଠାକୁରମୁଣ୍ଡା ରାସ୍ତା ନିର୍ମାଣରେ ଘୋର ଦୁର୍ନୀତି ହୋଇ ଥିବାର ସ୍ପଷ୍ଟ ବାରି ହୋଇପଡୁଛି। ଉକ୍ତ ରାସ୍ତାର ମାଣତ୍ରୀ ଲାଞ୍ଜିଛକ ଠାରୁ ବିତନୁ ପୋଲ ପର୍ଯ୍ୟନ୍ତ ଶହେ. ମିଟର ରାସ୍ତାର ସୁରକ୍ଷା ପାଇଁ ଦିଆଯାଇଥିବା ଗାର୍ଡ ୱାଲ୍ ଭାଙ୍ଗି ଯାଇଥିବା ଦେଖାଯାଇଛି। ଏହାର ନିର୍ମାଣ କାର୍ଯ୍ୟରେ ସିମେଣ୍ଟ ପରିମାଣ କମ୍ ବାଲି ଅଧିକ ଥାଇ ଅତି ନିମ୍ନମାନର କାମ ହୋଇଛି କି ବୋଲି ପ୍ରଶ୍ନ ଉଠୁଛି।ଏହା ପୂର୍ତ୍ତ ବିଭାଗର ଏକ ମୁଖ୍ୟ ରାସ୍ତା ହୋଇଥିବା ବେଳେ ବେତନଟିସ୍ଥିତ ବିଭାଗୀୟ ଯନ୍ତ୍ରୀ କଣ କାର୍ଯ୍ୟ କ୍ଷେତ୍ର ରେ ଅନୁପସ୍ଥିତ ଥାଇ ନିର୍ମାଣ କାର୍ଯ୍ୟ ଚାଲିଥିଲା ନା ଠିକାଦାରକୁ ସୁହାଇବା ଭଳି ଯନ୍ତ୍ରୀ ତାଙ୍କୁ କାମ କରିବାରେ ସୁଯୋଗ ଦେଇଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେଣୁ ଏହି ନିମ୍ନ ମାନର କାମ ପାଇଁ ଯନ୍ତ୍ରୀ ଓ ଠିକାଦାରକୁ ହିଁ ମୁଖ୍ୟତଃ ଦାୟୀ କରାଯାଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଆଉ ଏ ଅଞ୍ଚଳର ରାଜନୈତିକ ପଦାଧିକାରୀ ମାନେ ଏଥିପ୍ରତି ଆଦୌ ଧ୍ୟାନ ନ ଦେଇ ଅମରାବତିରେ ବୁଲୁଥିବା ଭଳି ମନେ ହେଉଛି। ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ କହୁଥିବା ମୁଖ୍ୟମନ୍ତ୍ରୀ ଏଭଳି ଦୁର୍ନୀତି କରୁଥିବା ଯନ୍ତ୍ରୀ ଏବଂ ପୂର୍ତ୍ତ ଵିଭାଗ ମୁଖ୍ୟଯନ୍ତ୍ରୀଙ୍କ ପ୍ରତି କି ଦଣ୍ଡ ବିଧାନ କରିବେ ସ୍ଥାନୀୟ ଲୋକେ ଅପେକ୍ଷା କରିଛନ୍ତି।


