କଙ୍କୋରଡା କଲେଜର ୪୩ ତମ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ୍ କଙ୍କୋରଡ଼ା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ୪୩ ତମ ପ୍ରତିଷ୍ଠା ଦିବସ ଆଜି କଲେଜ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ପ୍ରକାଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା , କଲେଜ ପ୍ରତିଷ୍ଠାତା ସଭାପତି ଶ୍ରୀ ନରସିଂହ ପାଣିଗ୍ରାହୀ , କଲେଜ ପରିଚାଳନା କମିଟି ସଭାପତି ତଥା ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ , ହରିକୃଷ୍ନ ନାୟକ , ନାକ ଦକ୍ଷିଣାଞ୍ଚଳ କୋଅର୍ଡିନେଟର ସନ୍ତୋଷ କୁମାର ପାଢ଼ୀ ଏବଂ କଉଡ଼ିଆ ସରପଂଚ ପ୍ରତିନିଧି ରୋହିତ ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଅତିଥିଙ୍କ ଗହଣରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ କଜାଇଥିଲା। ମହାବିଦ୍ୟାଳୟର ଉନ୍ନତି ଅନୁଷ୍ଠାନ କୁ ଗଢ଼ିତୋଳିଥିବା ଅଞ୍ଚଳ ବୁଦ୍ଧିଜୀବୀ ଏବଂତତ୍କାଳୀନ ଶିକ୍ଷାର୍ଥୀ ପ୍ରମୁଖ ବହୁ ସଂଖ୍ୟାରେ ଯୋଗ ଦେଇଥିବା ବେଳେ ଆୟୋଜିତ କାର୍ଯ୍ୟକ୍ରମ ରେ କଲେଜ ସ୍ଥାପନାରେ ଆର୍ଥିକ ସହଯୋଗ କରି କଙ୍କୋରଡ଼ା ଭଳି ଗ୍ରାମାଞ୍ଚଳ ବିଜ୍ଞାନ ମହାବିଦ୍ୟାଳୟର ସ୍ବପ୍ନ ଦେଖିଥିବା ତତ୍କାଳୀନ ଦଶ ଜଣିଆ କମିଟି ସଦସ୍ୟଙ୍କ ମଧ୍ୟରୁ ଇହଲୋକରେ ଥିବା ୯ ଜଣଙ୍କ ଉଦ୍ଧେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା ଏଵଂ ପ୍ରତିଷ୍ଠାତା ସଭାପତି ଶ୍ରୀ ନରସିଂହ ପାଣିଗ୍ରାହୀଙ୍କୁ ଅନୁଷ୍ଠାନ ଏବଂ ବିଧାୟକଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ସହ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମଞ୍ଚାସିନ ଅତିଥିଙ୍କ ମଧ୍ୟରୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଗ୍ରାମାଞ୍ଚଳ ଶିକ୍ଷା ଅନୁଷ୍ଠାନ ଭାବେ କଙ୍କୋରଡ଼ା ବିଜ୍ଞାନ କଲେଜର ଆଦର୍ଶ ଭିତ୍ତିଭୂମି ସୁଦୃଢ କରବା ସହ ଏହାର ଉନ୍ନତି ସାମୁହିକ ଭାବେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ପ୍ରାକ୍ତନ ଅଧ୍ୟକ୍ଷା ଡଃ ହରିକୃଷ ନାୟକ ନିଜ ଅଭିବ୍ୟକ୍ତିରେ ତାଙ୍କ ୩୪ ବର୍ଷର ଅଧ୍ୟାପନା କ୍ଷେତ୍ର ଥିବା ଏହି କଲେଜର ଉନ୍ନୟନ କ୍ଷେତ୍ରର ସଫଳତା କୁ ନେଇ ଆଲୋଚନା କରିଥିଲେ । କଲେଜ୍ ଅଧ୍ୟକ୍ଷ ଡଃ ପ୍ରକାଶ ଚନ୍ଦ୍ର ଜେନା କଲେଜର ୪୩ ତମ ପ୍ରତିଷ୍ଠା ଦିବସରେ ସାମିଲ ଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । କାର୍ଯ୍ୟକ୍ରମରେ ଉମାକାନ୍ତ ପଟ୍ଟନାୟକ , କୃଷ୍ଣ ଚନ୍ଦ୍ର ପଟ୍ଟନାୟକ , ପ୍ରତାପ କୁମାର ପ୍ରଧାନ , ଅଜୟ ଦଳେଇ , ପିନ୍ଟୁ ପଢ଼ିଆଳି ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।


