ବେଆଇନ କ୍ଲିନିକ ଖୋଲି ନିଲମ୍ବନ ହେଲେ ଫାର୍ମାସିଷ୍ଟ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସରକାରୀ ଚାକିରୀ ରେ ନିୟୋଜିତ ଥାଇ ବେଆଇନ କ୍ଲିନିକ କରିବା ମହଙ୍ଗା ପଡିଲା। ଗତକାଲି ସାନ ଖେମୁଣ୍ଡି ବ୍ଲକ ଡ଼େଙ୍ଗାଉସ୍ତା ରେ ଥିବା ଭାରତ ଡେଣ୍ଟାଲ କ୍ଲିନିକ ରେ ତହସିଲଦାର ତଥା ଏକଜ୍ୟୁଟିଭି ମାଜିଷ୍ଟ୍ରେଟ ଡ଼ଃ ଶ୍ରୀ ନିବାସ ବେହେରା, ଆଡପଡା ସି ହେଚ ସି ଅଧିକାରୀ ଡାକ୍ତର ବାହନ କୁମାର ଦାସ ପହଞ୍ଚି ତନାଘନା କରିବା ସମୟ ରେ ବେଆଇନ କ୍ଲିନିକ ଖୋଲି ବେନୀୟମ କାର୍ଯ୍ୟକଳାପ କରିବା ରେଜିଷ୍ଟ୍ରେସନ ନ ଥିବା ଜାଣିବାକୁ ପାଇ ଏହାକୁ ସିଲ କରିଥିଲେ l ଏହାପରେ କ୍ଲିନିକ ମାଲିକ ପୋଡାମାରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟ ତାପସ ବିଶ୍ୱାଳ ଙ୍କ ବିରୋଧ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସସପେଣ୍ଡ କରିଥିବା ବେଳେ ତଦନ୍ତ କରିବା ପାଇଁ ଏ ଡି ଏମ ପି ହେଚ ଡ଼ଃ ସରୋଜିନୀ ଦେବୀ ଏବଂ ସିଟି ହସ୍ପିଟାଲର ଡି ଏମ ଓ (ଏମ ଏସ ) ଡ଼ଃ ବିଶ୍ୱମ୍ବର ବେହେରା ସହ ସ୍ଥାନୀୟ ତହସିଲଦାର , ଦିଗପହଣ୍ଡି ଥାନା ପୋଲିସ ଉପସ୍ଥିତି ରେ ସିଲ ହୋଇଥିବା କ୍ଲିନିକ ଖୋଲି ତଦନ୍ତ କରିବା ସହିତ ରେଜିଷ୍ଟର କୁ ଜବତ କରିଛନ୍ତି l ଏହି ସମ୍ପର୍କ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ତଦନ୍ତର ରିପୋର୍ଟ ଦିଆଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ