ଜୋଲି ଫୋନିକ୍ସ ପ୍ରଶିକ୍ଷଣ ଶିବିର ଉଦଯାପିତ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ହାଟଡିହି ନୋଡାଲ ୟୁପି ସ୍କୁଲ, ନନ୍ଦିପଦା ହାଟ ହାଇସ୍କୁଲ ଓ ଓରାଳି ଜିସି ଗାର୍ଲସ ହାଇସ୍କୁଲ ଠାରେ ଦୁଇଦିନିଆ ଜୋଲି ଫୋନିକ୍ସ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଇଂରାଜିରେ ଷ୍ପଷ୍ଟ ଉଚାରଣ ଓ ଏବଂ ଇଂରାଜି ଶିକ୍ଷାଦାନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯାଇଥିଲା । ମୋଟ ୨୦୧ଜଣ ଶିକ୍ଷକ ଶିକ୍ଷୟତ୍ରୀ ଓ ୨୧ଜଣ ସିଆରସିସି ତାଲିମ ନେଇଥିଲେ । ମୁମ୍ବାଇ ଓ ହଇଦ୍ରାବାଦରୁ ଆସିଥିବା ପ୍ରଶିକ୍ଷକ ମାନେ ତାଲିମ ପ୍ରଦାନ କରିଥିବାବେଳେ ଏବିଇଓ ସୁରେଶ କୁମାର ଜେନା, ସ୍ନେହଲତା ମହାରଣା ଓ ପ୍ରମୋଦ କୁମାର ନାୟକ ପ୍ରମୁଖ ଶିବିର ମାନଙ୍କରେ ଉପସ୍ଥିତ ରହି ଶିବିର ତଦାରଖ କରିଥିଲେ ।


