ଚାରଣଗୋଷ୍ଠୀ ପକ୍ଷରୁ ତୁଳସୀ ବଗିଚା ପ୍ରତିଷ୍ଠା
ହାଟଡିହିି, (ବିକାଶ ବିଶ୍ୱାଳ):ଆନ୍ତର୍ଜାତିକ ଚାରଣ ଗୋଷ୍ଠୀ କେନ୍ଦୁଝର ଶାଖାର ସଂଗଠକ ତପନ ନାୟକଙ୍କ ନେତୃତ୍ୱରେ ହାଟଡିହି ବ୍ଲକ ହଦଗଡ ଜଗନ୍ନାଥ ମନ୍ଦିର ପରିସରରେ ଏକ ତୁଳସୀ ବଗିଚା ପ୍ରତିଷ୍ଠା କରାଯାଇଛି । ଜଗନ୍ନାଙ୍କ ପୁଜାନୀତିରେ ତୁଳସୀଗଛର ଭୁମିକା ଗୁରୁତ୍ୱପୁର୍ଣ୍ଣ ହୋଇଥିବାରୁ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ତୁଳସୀ ବଗିଚା ପ୍ରତିଷ୍ଠା କରିବାପାଇଁ ନିଷ୍ପତି ନିଆଯାଇଛି । ସେହିପରି ଅନ୍ୟ ଦେବାଦେବୀଙ୍କ ମନ୍ଦିର ପରିସରରେ ଲିମ୍ବ ଓ ବେଲଗଛ ଆଦି ଲଗାଇବା ପାଇଁ ଚାରଣ ଗୋଷ୍ଠୀ ଉଦ୍ୟମ ଆରମ୍ଭ କରିଦେଇଛି । କିପରି ଅଧିକରୁ ଅଧିକ ନୁତନ ଚାରଣ ଶାଖା ଗଠନ, ନୁତନ ଯୁବ ସଂଗଠନ ଗଠନ କରାଯାଇ ପିଲାମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି, ପରମ୍ପରା, ଜଗନ୍ନାଥଙ୍କ କଥା ପ୍ରସାର ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ହଦଗଡ ଚାରଣ ଗୋଷ୍ଠୀର ସମସ୍ତ ସଦସ୍ୟ ସଦସ୍ୟା ମାନେ ଏହି କାର୍ଯ୍ୟମରେ ଯୋଗଦେଇ ତୁଳସୀ ବଗିଚା ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦାନ କରିଥିଲେ ।


